Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Drama Action Classics

4.0  

Prahallad Sahoo

Drama Action Classics

ପ୍ରାପ୍ତି ଅପ୍ରାପ୍ତିର ଖୁସି

ପ୍ରାପ୍ତି ଅପ୍ରାପ୍ତିର ଖୁସି

1 min
169


ଏଠି

ଅସମ୍ଭବକୁ ସମ୍ଭବ କରିବାର ଅଦମ୍ଯ ପ୍ରଚେଷ୍ଟା

ଅପ୍ରାପ୍ତି କୁ ପ୍ରାପ୍ତ କରିବାରେ ଅକ୍ଳାନ୍ତ ପ୍ରତିକ୍ଷା

ଅନୁଭବକୁ ଉପଭୋଗ କରିବାରେ ଅବଦମିତ ଇଛା

କିନ୍ତୁ 

ସମସ୍ତେ ସମୟର ବିନିଯୋଗ ଭୁଲିଯାଆନ୍ତି 

ସମୟ କୁ ରୋକିବାରେ କୁଇଛା କରନ୍ତି 

ସେ ଇଛାଶକ୍ତିର ଅଧିକାରୀ କେବଳ ଜଣେ

ଯିଏ ସୃଷ୍ଟି ରଚି ରଚାଇଛନ୍ତି ତାଙ୍କ ପଣେ 

କୁରୁକ୍ଷେତ୍ରେ ଭଗବାନ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧେ 

ସୂର୍ଯ୍ୟଙ୍କ ଆଭା ଲୁଚେଇଦେଲେ ଚକ୍ର ଉହାଡରେ,

ଛଳନାୟକ ଛଳନା କରିଥିଲେ

କିନ୍ତୁ ସତ୍ଯର ବୀଜୟ ପ୍ରତିପାଦନ କଲେ,

ସତୀ ସାବିତ୍ରୀଙ୍କ କଥା କିଏ ବା ନଜାଣେ

"ନ ପାହୁ ରାତି ନ ମରୁ ପତି"

ପତିଙ୍କ ଜୀବନ ଲାଗି ସାତଦିନ ସାତରାତି ହେଲା

ତିନିଲୋକ କମ୍ପି ଉଠିଲା

ଶେଷେ ଭୋଳା ମହେଶ ସତୀଙ୍କ ଇଛା ପୂର୍ଣ କଲେ

ସତ୍ୟବାନ ଜୀବନ ଫେରି ପାଇଲେ

କିନ୍ତୁ ସମୟ ଚାଲିଥିଲା ଅବାରିତ ଗତିରେ

ସେଦିନ ତିନିଲୋକ ତ୍ରାହି ତ୍ରାହି ଘନ ଅନ୍ଧକାରେ

କିନ୍ତୁ ଖୁସି ଥିଲେ ସାବିତ୍ରୀ ସ୍ବାମୀଙ୍କୁ ଫେରି ପାଇବାରେ,

ସେଦିନ ଅନୁତାପ କଲେ ଅର୍ଜୁନ ଆତ୍ମୀୟଙ୍କୁ ହରେଇବାରେ

କିନ୍ତୁ ଖୁସି ହୋଇଥିଲେ ଧନୁର୍ଦ୍ଧର ଯୁଦ୍ଧ ଜିତିବାରେ ।।


Rate this content
Log in

Similar oriya poem from Drama