ମାଆ
ମାଆ
ଜୀବନଟା ଅଧୁରା ଲାଗେ ଯେବେ ମାଆର ପଣତ ମୁଣ୍ଡ ଉପରୁ ଉଠିଯାଏ,
ଜୀବନଟା ଦୁର୍ବିସହ ଲାଗେ ଯେବେ ମାଆ ପାଖରେ ନଥାଏ,
ଜୀବନଟା ଦୁର୍ଦ୍ଦିନରେ ଗତି କରେ ଯେବେ ମାଆ ଦୂରେଇ ଯାଏ,
ଜୀବନଟା ଅସ୍ତବ୍ଯସ୍ତ ହୋଇଉଠେ ଯେବେ ମାଆ ହାତ ଛାଡିଦିଏ,
ଜୀବନଟା ନିରର୍ଥକ ହୋଇଯାଏ ଯେବେ ମାଆ ଅର୍ଥ ସର୍ବସ୍ବ ହୋଇଯାଏ,
ଜୀବନଟା ବେସାହାରା ହୋଇଯାଏ ଯେବେ ମାଆ ସାହାରା ହୀନ ହୋଇଯାଏ,
ଜୀବନଟା ମରୁଭୂମି ପାଲଟିଯାଏ ଯେବେ ମାଆ ଉତ୍ତପ୍ତ ବାଲୁକା ହୋଇଯାଏ,
ଜୀବନଟା ମଧୁମୟ ହୋଇଉଠେ ଯେବେ ମାଆ ଓ ସନ୍ତାନର ସମ୍ପର୍କ ମଧୁର ଥାଏ,
ଜୀବନଟା ମୂଲ୍ଯହୀନ ହୋଇଯାଏ ଯେବେ ମାଆ ଦୁର୍ମୂଲ୍ଯ ହୁଏ,
ଜୀବନଟା ବହୁମୂଲ୍ଯ ହୋଇଯାଏ ଯେବେ ମାଆ ଅମୂଲ୍ଯ ହୋଇ ରହିଥାଏ।
ସବୁ ଅସମ୍ଭବକୁ ସମ୍ଭବ କରିଦିଏ ମାଆ,
ସବୁ ଅନର୍ଥକୁ ଅର୍ଥପୂର୍ଣ୍ଣ କରିପାରେ ମାଆ,
ସବୁ ଅଭାବକୁ ଭାବରେ ସ୍ବଭାବ କରେ ମାଆ,
ସବୁ ଦୁର୍ଦ୍ଦିନକୁ ସୁଦିନରେ ପରିଣତ କରେ ମାଆ,
ସବୁ ଦୁଶ୍ଚିନ୍ତାକୁ ସୁଚିନ୍ତନ କରିପାରେ ମାଆ,
ସବୁ ରାଗ ରୋଷକୁ ସହଜ କରିପାରେ ମାଆ,
ସବୁ ଦୁଃଖ କଷ୍ଟକୁ ଲାଘବ କରିପାରେ ମାଆ।
ସବୁ ଯନ୍ତ୍ରଣାକୁ ସହିପାରେ ବୋଲି ମାଆ ସର୍ବଂସହା।
ସବୁ ନିଜେ କରିପାରିବାର କ୍ଷମତା ଥିବାରୁ ମାଆ ସ୍ବୟଂସିଦ୍ଧ।
ସବୁଯାକ ଗୁଣ ମାଆ ପାଖରେ ଥିବାରୁ ସେ ସ୍ବୟଂସମ୍ପୂର୍ଣ୍ଣ।
ସେହି ମାଆର ପାଦପଦ୍ମରେ କୋଟି ପ୍ରଣାମ ।
ସେହି ମାଆର ଅଭୟ ଆଶିଷ ସଦା ପ୍ରଣମ୍ୟ ।
