STORYMIRROR

Pratima Panda

Abstract

3  

Pratima Panda

Abstract

ପକ୍ଷୀ ଓ ଆକାଶ

ପକ୍ଷୀ ଓ ଆକାଶ

1 min
37

ପକ୍ଷୀଟିଏ ହୋଇ

ତୁମ ଅନନ୍ତ ମୁକ୍ତ ନିର୍ମଳ

ହୃଦୟରେ 

ଚିଁ ଚିଁ କରି ଉଡିବାରେ

ମୁଁ ଆଜି  

ଅନୁଭବ କରୁଛି ଆନନ୍ଦ


ଗର୍ବ କରୁଛି

ଏକାକୀ ଏଇ

ବିଶାଳ ନୀଳ ସାମ୍ରାଜ୍ୟର

ସାମ୍ରାଜ୍ଞୀ,

ତୁମ ହୃଦୟରେ

ଏକଛତ୍ରବାଦୀ ଚଲାଇବି

ବୋଲି ଶାସନ

ଜହ୍ନ ସୂର୍ୟ୍ଯ 

ସମସ୍ତଙ୍କୁ ପରାସ୍ତ କରି

ଦିନ ରାତି

ତୁମ ହୃଦୟରେ

ଉଇଁବି ବୋଲି

ଅଭିସାରୀକା ସାଜୁଛି


ଚଞ୍ଚୁ ମେଳାଇ

ଆଁ କରି ବସିଛି

ବର୍ଷାରେ ତୁମ ଆଖିରୁ

ଝରୁଥିବା ପ୍ରତ୍ୟେକ ବୁନ୍ଦାକୁ

ଆକଣ୍ଠ ପାନ କରିବା ପାଇଁ


ଦେଖୁନ ନିଜକୁ କେମିତି

ସାତଶୃଙ୍ଗାର ରେ ମଣ୍ଡିଛି

ଶରତକାଳିନ ତୁମ

ମେଘମାଳାରେ କବରୀ ସଜାଇ

ତୁମ ସହ ଯାତ୍ରା ଦେଖିଯିବା ପାଇଁ


ତଥାପି ,ତଥାପି ଆଜି

ବିଜୁଳିର ଚମକ ଦେଖି

ତାର ଉଚ୍ଚାଟନରେ

ହୃଦୟଟା ମୋ

ଅଜଣା ଡର ରେ

ଥରି ଉଠୁଛି

ତାରାମାନଙ୍କ ଫିସ୍ ଫିସ୍ କଥା

ଓ ଟାହିଟାପରାରେ

ମୁଁ ଶୁଣିପାରୁଛି

ଆଜୀବନ ବିରହ ଯନ୍ତ୍ରଣା


ଥରୁଟିଏ

କେବଳ ଥରୁଟିଏ

ତୁମକୁ ପାଇବାର

ଯଦି ଦିଅନ୍ତ ପ୍ରତିଶୃତି

ପ୍ରତୀକ୍ଷାରେ ହିଁ ମୁଁ

କାଟିଦିଅନ୍ତି

ଜନ୍ମଜନ୍ମାନ୍ତର  ॥॥


Rate this content
Log in

Similar oriya poem from Abstract