ଫୁଲ,ଭ୍ରମର ଓ ପୋକ
ଫୁଲ,ଭ୍ରମର ଓ ପୋକ
ଦୁନିଆଟା ଅଟେ
ଅତ୍ଯନ୍ତ ସୁନ୍ଦର
ଫୁଲର ଗୋଟେ ବଗିଚା ।
ଅଛି ଏଠି ପୁଣି
କେତେଯେ ସୁନ୍ଦର
କୋମଳ ଘାସ ଗାଲିଚା ।
କି କହିବି ଆଉ
ବୁଲୁଛନ୍ତି ଯେତେ
ଏଠି ପାଗଳ ଭ୍ରମର ।
ବସିବା ପାଇଁକା
ଗାଲିଚା ଉପରେ
ହୁଏନି ଇଛା କାହାର ।
ଏହିଠାରେ ଆସି
ସଭିଏଁ କରନ୍ତି
ସେଇ ଗୋଟିଏ ପ୍ରଳାପ ।
ପାଇବାକୁ ଇଛା
କରନ୍ତି ସଭିଏଁ
କେବଳ ଗୋଟେ ଗୋଲାପ ।
ପାଇବା ପାଇଁ ସେ
ଗୋଲାପ ଗୋଟିଏ
କରନ୍ତି କେତେଯେ କଷ୍ଟ ।
ପାଇଲେ ପୁଣି ସେ
ରସକୁ ତା' ଶୋଷି
କରିଥାନ୍ତି ତାକୁ ନଷ୍ଟ ।
ଏହି ଠାରେ ପୁଣି
ବୁଲୁଛନ୍ତି ସଦା
ଅସଂଖ୍ଯ ଜାତିର ପୋକ ।
କହିଲେ ନସରେ
ସେହି ମାନଙ୍କର
ଜୀବନ ଯାକର ଦୁଃଖ ।
ଦୂରରୁ ଦେଖି ସେ
ମନ ଆନନ୍ଦରେ
ପାଖକୁ ଆସନ୍ତି ଧାଇଁ ।
ଋପସୀ ଫୁଲର
ସୁନ୍ଦର ତନୁକୁ
ଟିକିଏ ଛୁଇଁବା ପାଇଁ ।
ପାଖକୁ ଆସି ସେ
ଦେଖିଲା ବେଳକୁ
ଫୁଲର ସେ ଋପ ନାହିଁ ।
ଫୁଲକୁ ଭ୍ରମର
ଖିନଭିନ୍ କରି
ଯାଇଛି ସମ୍ପୁର୍ଣ୍ଣ ଖାଇ ।
ଦୁନିଆରେ ଯଦି
ଛୋଟ ଏକ ଫୁଲ
ପୋକର ଭାଗ୍ଯରେ ନାହିଁ ।
କେମିତି କରିବ
ଆଶା ଆଉ ସିଏ
ସୁନ୍ଦର ଗୋଲାପ ପାଇଁ!
