ପାଉଁଜିରୁ ଖଣ୍ଡେ
ପାଉଁଜିରୁ ଖଣ୍ଡେ
ବନସ୍ତ ପଥରେ ଯାହା ପାଦଚିହ୍ନେ,
ପାଉଁଜିରୁ ରୂପା ଝଡିଛି,କିଏ ସେ ଅବଳା ଯାହା କଳ୍ପନାରେ ,ହୃଦୟ ସ୍ପନ୍ଦନ ବଢ଼ିଛି ?
ଦେଖିବି କେବେ ମୁଁ ଅବା ନ ଦେଖିବି,ରୂପ ତାହାର ନାହିଁ ଯେ ଠିକଣା,ଧାତୁର ଚୁମ୍ବନେ ପାଦଟି ଜଳିଛି,ମନ ଜ୍ଵଳନ ଅକଳନା !
ଖୋଜି କି ପାଇବି ରୂପସୀର ପ୍ରେମ,ଯଦି ହେବ ରାଜକୁମାରୀ,କୋମଳ ମାଟିର ଆଘାତେ ଯାହାର ପାଉଁଜି ଖଣ୍ଡେ ଗଲା ଝରି !
ପାଇଥିବ ସିଏ ନିଶ୍ଚୟ ବେଦନା ପାଦକୁ ଥିବ ସିଏ ଝାଡ଼ି ସେହି କାରଣରୁ ଖସିଛି ଖଣ୍ଡିଏ,ସନ୍ତକ କି ଦେଇଛି ଛାଡି ?
ପାଗଳା ମନରେ ପ୍ରେମର ଲହଡି,କୂଳ ଖୋଜି ଯାଉଛି ବଢ଼ି,ତାହା କଥା ଭାବି ସଞ୍ଜ ହୁଏ ରାତି,ସମୟ ଚକ ଯାଏ ଗଡି
ରାତି ଆକାଶରେ ତାରା ଫୁଲ ବନେ,ତାହା ପଣତରେ ଶୋଇଛି ,ମଗ୍ନ ହୁଏ ମନ ସ୍ଵପ୍ନ ସଂସାରରେ,ମନୋଜଙ୍କ କୃପା ହୋଇଛି I

