STORYMIRROR

Jayashree Das

Fantasy

4  

Jayashree Das

Fantasy

ପାର୍ବଣ ଋତୁ

ପାର୍ବଣ ଋତୁ

1 min
403


ନୀଳ ଆକାଶର ନୀଳିମା କୁଞ୍ଜରେ,

  ଜୋଚ୍ଛନା ଝରାଇ ଜହ୍ନ

ପ୍ରୀତି ପାଗଳିନୀ କୁମୁଦିନୀ ରାଣୀ,

  ବିଧୂ ପ୍ରେମେ ହୁଏ ଲୀନ ।


ରଜତ ଲାଂଛନା ସବୁଜ ପତ୍ରରେ,

  କୌମୁଦୀ ସ୍ନାତ ଶାଳୀ

ଅଗସ୍ତି ଆଲୋକ ଦିଶେ ଜକମକ,

   ଜଳାଶୟେ ଖେଳେ ରୋଷଣୀ ।


ଜ୍ୟୋସ୍ନାବିଧୌତ ରଜନୀ ବୁକୁରେ ,

  ରୌପ୍ୟରାଗ ଚନ୍ଦ୍ରାତପ

ସତେ କି ହିମାଂଶୁ ଚନ୍ଦ୍ର ତାରା ମେଳେ,

   କରୁଛନ୍ତି ଧ୍ୟାନ ତପ ।


ବିଭୋରିତ ମନେ ପୁଷ୍ପାଦଳ ମାନେ,

   ମକରନ୍ଦ ବିଛୁରିତ

ସହସ୍ର ପାଖୁଡା ତାମ୍ରରସ ଚୂଡ଼ା,

  ଲଜ୍ୟା ମୁଖ ଅବନତ ।


ଚୋରା ଚାହାଣୀରେ ପର୍ଣ୍ଣ ଆଡେଇ,

   ପୁଷ୍ପ ଦିଏ ପ୍ରୀତି ଚିଟାଉ

ସମୀରର ତାଳେ ଗୁଣୁଗୁଣୁ ହୁଏ,

   ଅଳି ଶଙ୍ଖ ବଜାଉ ବଜାଉ ।


ପ୍ରଜାପତି ମାନେ ମହା ପଟୁଆରେ,

   ପାର୍ବଣର ସ୍ୱାଗତରେ

ଶୁଦ୍ଧପୂତ ମନେ ମାତୃକୃପା ଭିକ୍ଷା,

   ଶାରଦୀୟ ପାର୍ବଣରେ ।


ଢେଉରେ ଢେଉରେ ନୀଳ କଇଁ ନାଚେ,

   ନୀଳ ସରସୀର କୋଳେ

ରାକା ରାଜନୀର ମୋହିନୀ ଜାଲରେ,

    ଜଳେ ପ୍ରୀତି ଦାଵାନଳେ ।


ଶରତ ଶଶାଙ୍କ ସ୍ପର୍ଷେ ଦ୍ୟାବl ପୃଥ୍ୱୀ,

   ହେମକାନ୍ତି ଶରୀରରେ

ବନ ହଳଦୀର ପିତ୍ତରଙ୍ଗ ବୋଳି,

   ଜହ୍ନି ଫୁଲ କବରୀରେ ।


ମୃଦୁ ପରାଗେ ଶୁଭ ଆବାହନୀ,

  ପାର୍ବଣ ଋତୁ ଆସେ

ପ୍ରକୃତି ପିନ୍ଧଇ କାଶତଣ୍ଡୀ ବାସ.

   ମା ଦଶଭୁଜା ଆସେ ।।


Rate this content
Log in

Similar oriya poem from Fantasy