ପାଣିକାଚ
ପାଣିକାଚ
ପାଣି ଫଟକା ପରି ତ ଜୀବନ
ଚାଲୁ ଚାଲୁ କେତେବେଳେ ବହିଯିବ
ଅଣଚାଶ ନିଶ୍ୱାସ ପ୍ରଶ୍ୱ।ସ
ଅନିଶ୍ଚିତ ପ୍ରାଣବାୟୁ
ଜୀବନ ପବନ ।
କିନ୍ତୁ ରାତି ପରେ ହୁଏ ଦିନ
ସକାଳକୁ ଉ°ଏ ସୂର୍ଯ୍ୟ ନିତି ପ୍ରତିଦିନ
ବିଞ୍ଚି ହୋଇଯାଏ ରଙ୍ଗ ସୁନେଲି କିରଣ
ମୃତ୍ୟୁ ମଧ୍ୟ ହାରିଯାଏ
ବାରବାର ହେଉଥାଏ ଜନ୍ମ
ଏଣୁ ସତ୍ୟ ବିଜୟୀ ଜୀବନ ।
ସୁବିଶ୍ୱାସ ସମ୍ବନ୍ଧ ଅତୁଟେ
ନିବିଡତା ଆତ୍ମିକ ବନ୍ଧନେ
ମନପ୍ରାଣ ହୁଏ ଏକ
ସ୍ନେହ ପ୍ରେମ ମଧୁମୟ ମମତା ନିର୍ଝରେ
କଅଁଳେ ସବୁଜ ସ୍ୱପ୍ନ
ଅମୃତ ନିର୍ଯ୍ୟାସେ ।
ଝଟକଇ ଲଲାଟରେ ଟୋପାଏ ସିନ୍ଦୂର
ଦୁଇହାତେ ପାଣିକାଚ ରୁଣଝୁଣ ଶୁଭେ
ଉଚ୍ଚାଟଇ ମନ୍ଦ୍ରସ୍ୱନେ ଧୀରେ
ଜୀବନର ସୂତ୍ର ଅଭିମନ୍ତ୍ର ।
ଏକନିଷ୍ଠ ସାହଚର୍ଯ୍ୟ ଭାବ ସମର୍ପଣ
କ୍ଷଣଭଙ୍ଗ ପାଣିକାଚ ଜୀବନକୁ ଗଢେ
ଭରିଦିଏ ଫୁଲଫଳ ହସଖୁସି
ପାଣିକାଚ ଜୀବନକୁ ବଜ୍ର କରେ
ସରସ ସୌନ୍ଦର୍ଯ୍ୟେ ।