ନିରୁପାୟରୁ ଆଶ୍ରୟ
ନିରୁପାୟରୁ ଆଶ୍ରୟ
କବିତା - ନିରୁପାୟରୁ ଆଶ୍ରୟ
ରଚନା - ପଞ୍ଚାନନ ଜେନା
ତାରିଖ -୦୩-୦୨-୨୦୨୬
+++++++++++++++
ମନରେ ଉଠେ ସଂଶୟ
ସତର ମହତ୍ୱ ମିଛ କେବେ ବୁଝିବ
ପୂଣ୍ୟର ମହତ୍ବ ପାପ କେବେ ମାନିବ
ଭାବୁ ଭାବୁ ଲାଗେ ଶୂନ୍ୟ ନିରୁପାୟ
ମନରେ ପଶେ ଶଙ୍କା ଭୟ
ତ୍ୟାଗର ମହତ୍ଵ ସ୍ୱାର୍ଥ କେବେ ଜାଣିବ
ଶାନ୍ତର ମହତ୍ବ କ୍ରୋଧ କେବେ ବୁଝିବ
ଭାବୁ ଭାବୁ ଖୋଜେ ଭିନ୍ନ ଆଶ୍ରୟ
ମନରେ ବାନ୍ଧେ ଅନନ୍ତ ଆଳୟ
ଧର୍ମର ମହତ୍ୱ ଅଧର୍ମ କେବେ ଭାବିବ
ଚିତ୍ତର ମହତ୍ୱ ବିତ୍ତ କେବେ ବୁଝିବ
ଭାବୁ ଭାବୁ ଘେରେ କୁହୁଡ଼ି ବଳୟ
ମନରେ କାନ୍ଧେ ନିର୍ଭୟ
ଆଲୋକର ମହତ୍ତ୍ୱ ଅନ୍ଧାର କେବେ ହେଜିବ
ବାଦଲର ମହତ୍ତ୍ଵ ବିଜୁଳି କେବେ ଜାଣିବ
ଭାବୁ ଭାବୁ ଚେତନା ବଳୟରେ ବିଲୟ
ମନରେ ଗୁନ୍ଥେ ଅଭୟ
ରାତିର ମହତ୍ତ୍ୱ ଦିନ କେବେ ମାନିବ
ମାଟିର ମହତ୍ତ୍ଵ ଘାଟି କେବେ ଜାଣିବ
ଭାବୁ ଭାବୁ ନିଦ୍ରା ପରିହରି ତନ୍ଦ୍ରାଳୟ
ମନରେ ଉଡାଏ ବାନା ବିଜୟ
କାମନାର ମହତ୍ତ୍ୱ ବାସନା କେବେ ବୁଝିବ
ପ୍ରେରଣାର ମହତ୍ତ୍ଵ ଧାରଣା କେବେ ଜାଣିବ
ଭାବୁ ଭାବୁ ଆପଣାପଣେ ଲୋଡ଼େ ପ୍ରଳୟ
ମନରେ ଡଙ୍କାଏ ମହାବିଜୟ
ପରମାତ୍ମାର ମହତ୍ତ୍ୱ ଆତ୍ମା କେବେ ବୁଝିବ
ପରବ୍ରହ୍ମର ମହତ୍ତ୍ୱ ବ୍ରହ୍ମ କେବେ ଜୁଝିବ
ଭାବୁ ଭାବୁ ଚିନ୍ତା ଚୈତାଳିରେ ଭଗ୍ନାଳୟ
ମନରେ ପୁରାଏ ଅତିଶୟ
ସମୟର ମହତ୍ତ୍ଵ ମଣିଷ କେବେ ବୁଝିବ
ଜୀବନର ମହତ୍ତ୍ ମୁଢ଼ମତି କେବେ ହେଜିବ
ଭାବୁ ଭାବୁ ଅନନ୍ତ ଶୟନ ପାଦେ ଆଶ୍ରୟ
