STORYMIRROR

Panchanan Jena

Fantasy

4  

Panchanan Jena

Fantasy

ନୂଆ ଜାଗରଣ

ନୂଆ ଜାଗରଣ

1 min
0

କବିତା - ନୂଆ ଜାଗରଣ
ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୨-୨୦୨୬
++++++++++++++++
 ଭାବିଲେ ଜୀବନ ଜରା ନିବାସ
ଭାବିଲେ ଜୀବନ ରାଜ ଉଆସ

 ଭାବିଲେ ଜୀବନ ତତଲା ଶ୍ଵାସ
ଭାବିଲେ ଜୀବନ ଖର ନିଃଶ୍ୱାସ

 ଭାବିଲେ ତୋ ହସ ମାୟା ପରଶ
ଚିନ୍ମୟୀ ଯାଦୁ ମଲମ ପରି ସରସ

 ଭାବିଲେ ଛାତି ଭିତରେ ବାଜେ ଖଞ୍ଜଣୀ
ଭାବିଲେ ଗଭା ଗଜରା ଦିଶେ ମାଲ୍ୟାଣୀ

 ପାଖେ ଜଡ଼େଇ ରୁହ ମୋ ମେଘ କଦମ୍ବ
ତୋ ସାଥେ ଯୋଡିଦେବି ଭାଗ୍ୟ ନିତମ୍ବ

 ଭାବିଲେ ସମୟ କଷଟି ମାଙ୍କଡ଼ା ପଥର
 ସମୟ ପରେ ସମୟ ଧରେ ସମୟାନ୍ତର

 ଭାବିଲେ ସମୟ ସୁଖ ଦୁଃଖରେ ଫେଣ୍ଟା ସରବତ
ତୃଷ୍ଣା ନିବାରଣ କରୁ କରୁ ଶେଷ ସମୟ ଉପନୀତ

ଭାବିଲେ ସମୟ ଉଦୟ ସୂର୍ଯ୍ୟର ଆଲୋକ
 ଭାବିଲେ ସମୟ ଅସ୍ତଗାମୀ ସବିତାର ପଲକ

 ଭାବିଲେ ସମୟ କାନ୍ଥରେ ଟଙ୍ଗା କ୍ୟାଲେଣ୍ଡର
ତର୍ଜନୀ ନିର୍ଦ୍ଦେଶ କରି ଆଦେଶ କରେ ନିରନ୍ତର

 ଜୀବନ - ସମୟ ମଧ୍ୟରେ ରହୁ ଆପଣାପଣ
 ସ୍ଥାନ କାଳ ପାତ୍ରରେ ହେଉ ନୂଆ ଜାଗରଣ


Rate this content
Log in

Similar oriya poem from Fantasy