STORYMIRROR

Panchanan Jena

Fantasy

4  

Panchanan Jena

Fantasy

ହେବ କି ବିଶ୍ୱାସଯୋଗ୍ୟ ?

ହେବ କି ବିଶ୍ୱାସଯୋଗ୍ୟ ?

1 min
0

କବିତା - ହେବ କି ବିଶ୍ୱାସଯୋଗ୍ୟ ?
 ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୨-୨୦୨୬
++++++++++++++++++++
ବିଶ୍ୱାସ ହେବ କି ?
ଆମେ ଭିତରେ ଭିତରେ ଯୁଝୁଛେ କୁରୁକ୍ଷେତ୍ର
 ତେଲ ଲୁଣର ଜୀବନ ସାଜିଛି ସମର ନେତ୍ର
 ସମାନ୍ତରାଳ ଗତିରେ ଯୁଦ୍ଧ ଲଢୁଛି ବିବେକପାତ୍ର
 ଧର୍ମକ୍ଷେତ୍ର ଭିତରେ ଲଢ଼େଇ ଚଳେଇଛି ଭାବକ୍ଷେତ୍ର
 ଆଶାକ୍ଷେତ୍ର ଭିତରେ ଯୁଦ୍ଧର ଟଙ୍କାର ଆଙ୍କାକ୍ଷାକ୍ଷେତ୍ର
ହାରିବା ଜିତିବା ଭିତରେ ବିଚରା ଦହଗଞ୍ଜ ଆତ୍ମାକ୍ଷେତ୍ର

 ବିଶ୍ୱାସଯୋଗ୍ୟ ହେବ କି ?
ଦ୍ଵାପର ଯୁଗରେ ସିନା
ଅଠର ଦିନରେ ସରିଥିଲା
ମହାଭାରତ ଯୁଦ୍ଧକ୍ଷେତ୍ର
ଅକ୍ଷୟ ହେଉ ପୂଣ୍ୟ ଜଗତେ
 ଧର୍ମର ହେଉ ଜୟ ନ୍ୟାୟକ୍ଷେତ୍ର

 ବିଶ୍ୱାସ ଭାଜନ ହେବ କି ?
କୁରୁକ୍ଷେତ୍ର ଯୁଦ୍ଧ ଆଜି ବି ସରିନି
 ସବୁ ଘରେ ଅନ୍ଧ ଧୃତରାଷ୍ଟ୍ରର ରାଜୁତି
 ସବୁ ପୁରେ ସବୁ ଛକ ଗଳି ସାହି ପଡ଼ାରେ
 ଶକୁନି ମାମୁଁର କପଟ ପାଶାର ଆରତି
 ସବୁ ସମସ୍ୟାରେ ମତିଭ୍ରଷ୍ଟ ମୁରାରୀ ମାନେ
 ଦୁର୍ଯ୍ୟୋଧନ ଦୁଃଶାସନମାନେ ଗର୍ଜନ ତର୍ଜନ ପିରତି
 ବିଚରା ଧର୍ମରାଜ ଯୁଧିଷ୍ଟିର ମାନେ
 ଖୋଜି ଖୋଜି ନୟାନ୍ତ ଭାରାକ୍ରାନ୍ତ ହେଲେଣି
 ଶାନ୍ତି ଶକତି ଇଛା , କର୍ତ୍ତବ୍ୟ ଓ ଅଧିକାର କେମିତି
 ମାରେ କୌରବୀୟ ମୂର୍ଖ ହୁଙ୍କାର ଅହଙ୍କାର
କେମିତି ଭିଡି ଯାଏ ଜ୍ଞାତି କୁଟୁମ୍ବ ସହିତ ତୁଚ୍ଛାଟାରେ
ସ୍ଵାର୍ଥମେଧ ରକ୍ତପାତ କଦାକାର

 ବିଶ୍ୱାସ ପାଳନ ହେବ କି ?
ଆଉ ଏଭଳି ଦୋଦୁଲ୍ୟମାନ ପରିସ୍ଥିତିରେ
 କଷ୍ଟକର ନିର୍ଣ୍ଣୟମାନ ଦୋଛକିରେ
ବ୍ୟତିବସ୍ତ ହୁଅନ୍ତି ଶାନ୍ତିପ୍ରୀୟ ପାଣ୍ଡବ ମାନେ
 କରଣୀୟ ତଥା ଅକରଣୀୟ ଭିତରେ
 ମାନବୀୟ ତଥା ଅମାନବୀୟ ମଧ୍ୟରେ
 ତୃତୀୟ ପାଣ୍ଡବମାନେ ଫସି ଯାଆନ୍ତି ଚିନ୍ତାରେ
 ସେହି ନିର୍ଣ୍ଣାୟକ ଘଡି ସନ୍ଧିରେ
ସୁପ୍ତ ସୁଦର୍ଶନଧାରୀ ଶ୍ରୀକୃଷ୍ଣ ପଶନ୍ତି ଚେତନାରେ
 ଗୀତା ମହାତ୍ମ୍ୟର ସମ୍ଭବାମୀ ଯୁଗେ ଯୁଗେ
ଶୁଣାନ୍ତି ଚେତାନ୍ତି ମନରେ ମତିରେ ଚୈତନରେ

 ବିଶ୍ୱାସ କରିବାକୁ ହେବ କି ?
 ତୁ ନିଜର ନିଃସ୍ଵାର୍ଥ କର୍ମ କରିଚାଲ ଅନନ୍ତର
ଫଳାଫଳ ନିର୍ଣ୍ଣୟ ତୋ ମୋ ହାତରେ
କାହିଁ ଶୋଚନା କରି ପାଇବୁ ଦୁଃଖ ନିରନ୍ତର


Rate this content
Log in

Similar oriya poem from Fantasy