STORYMIRROR

Panchanan Jena

Tragedy

4  

Panchanan Jena

Tragedy

ସବୁର୍ଣ୍ଣଝରୀ

ସବୁର୍ଣ୍ଣଝରୀ

1 min
0

କବିତା - ସୁବର୍ଣ୍ଣଝରୀ
ରଚନା - ପଞ୍ଚାନନ ଜେନା
ତାରିଖ -୦୧-୦୨-୨୦୨୬
 ++++++++++++++++
 ଆମେ ପରା ମାଟିର ମଣିଷ
ମାଟି ଘଟରେ ବନ୍ଧା ଆୟୁଷ
ଆଉ ବୟସ ହେଲେ ଶେଷ
ମାଟିରେ ମିଶିବ ଶେଷ ନିଃଶ୍ୱାସ
 ମୁଠାଏ ପାଉଁଶରେ ଶେଷ ବିଶ୍ୱାସ

 ଆମେ ପରା ଭାବର ମଣିଷ
ମଟାଳ ମଟିରେ କରୁ ହବିଷ
ପୁଣି ଭୂମିଷ୍ଠ ବେଳରୁ କୁଆଁ କୁଆଁ
ଆମେ ପରା ମାଟି ମା' କୋଳରେ
 ପ୍ରଣାମୀ ନେଉ ଶେଷନିଆଁ
ସୌଭାଗ୍ୟର କଥା କି ଦୁର୍ଭାଗ୍ୟର ବ୍ୟଥା
 ଜୀବନ କହିବ ଫିଟେଇ ଦେଲେ
 ତା ସର୍ବଗିଳା ମୁକୁଳା ଆଁ

 ଆମେ ପରା ଆଜିର ମଣିଷ
କଥାରେ କାମରେ ଉଡେ ବିଷ
ସମୟ ଦଉଡ଼େ ଜୀବନ ବି ଗଡେ ବଢ଼େ
 ମାଟି ପାଲଟେ ଜୀବନ ଜୀବିକାର ମାଢୀ
ମୁଠାଏ ଭାତ ପାଇଁ ସେ ଲୋଡ଼ାପଡ଼େ
ଅଗାଡି ହେଉ କି କେଦାର ଭର୍ତ୍ତି ଶସ୍ୟଝୁଡ଼ି

 ଆମେ ପରା ଲୁହ ଲହୁର ମଣିଷ
ତୃଷ୍ଣା-କ୍ଷୁଧା ପାଇଁ କରୁ ବିଳାପ ଶେଷ
 ଚାଷ କରେ ମାଟି ଫଟେଇ କୋଡ଼େଇ
 ମଞ୍ଜି ବୁଣେ ହରଷେ ମାଟି ଲଙ୍ଗଳେଇ
 ଆମ ଝାଳ ବିନ୍ଦୁରେ ଫଳେ ସୁନାର ଫସଲ
 ଆମ ରକ୍ତ କଣିକାରେ ମେଣ୍ଟେ ପେଟର ମୂଲ
ଡରେଇ ପାରେନା ଖରା ବର୍ଷା ଶୀତ ହେମନ୍ତ
 ଖତେଇ ପାରେନା ବନ୍ୟା ବାତ୍ୟା ମରୁଡ଼ି ବସନ୍ତ

 କାରଣ
ଚଷା ପୁଅ ପରା ଆଜନ୍ମ ମାଟିମଗ୍ନ ତପସ୍ବୀ
 ସେ ପରା ମାଟିପ୍ରେମୀ ବିଟପୀ ମନସ୍ଵୀ
 ସେ ମାଟରୁ ଜାତ ମନସିଜ
 ତାକୁ ମାଟି କାଦୁଅ ସରଣୀରେ ଘାଣ୍ଟିବାକୁ ଦିଅ
 ତାକୁ ଧୂଳି ମାଟିର ଧରଣୀରେ ରହିବାକୁ ଦିଅ
 ତାଙ୍କୁ ଝାଟି ମାଟି ନିଳୟରେ ଶୋଇବାକୁ ଦିଅ
 ତାକୁ ମାଟି ପାଉଁଶରେ ବିଲୟ ହେବାକୁ ସୁଯୋଗ ଦିଅ

 ଦେଖିବ ଦେଖି ପାରିବ
ମାଟିର ଶୋଣିତ ପିଇ ଗାଇବ
ପୁଣି ଛିଡି ଶୃଙ୍ଖଳ ତିଳକ ମାରି
ସୁସ୍ଥ ଶରୀର ନେଇ ହସିବ
ପୁଣି ମାଟି ଅଗଣାରେ ସ୍ବର୍ଗପୁରି
ମାଟିର କଙ୍କାଳ ସ୍ତୁପ ଭାଙ୍ଗିବ
ପୁଣି ମାଟି କୋଳରେ ସୁବର୍ଣ୍ଣ ଝରୀ


Rate this content
Log in

Similar oriya poem from Tragedy