STORYMIRROR

Panchanan Jena

Fantasy

3  

Panchanan Jena

Fantasy

ନିଅଣ୍ଟିଆ ବଜେଟ

ନିଅଣ୍ଟିଆ ବଜେଟ

1 min
0

କବିତା - ନିଅଣ୍ଟିଆ ବଜେଟ
 ରଚନା - ପଞ୍ଚାନନ ଜେନା
 ତାରିଖ -୦୪-୦୨-୨୦୨୬
 ++++++++++++++++
 ଆପଣମାନେ ଶୁଣିଥିବେ
ପେବୃୟାରୀ ଏକ ତାରିଖ ଦିନ
କେନ୍ଦ୍ରୀୟ ବଜେଟ ହେଲା ଉପସ୍ଥାପନ
 ଦିଲ୍ଲୀ ଦରବାରରେ
 ସଂସଦ ଭବନରେ
ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ
ଘୋଷଣା କଲେ ଲୋକସଭାରେ ଏସନ

 ଖାଲି ବାକ୍ୟଯୁଦ୍ଧ ତୁମ୍ଭୀତୁଫାନ
ତୁହାକୁ ତୁହା ଶୀତଳ ଯୁଦ୍ଧର ଘମାସାନ
 ଶାସକ ଦଳ କୁହନ୍ତି ଐତିହାସିକ
ବିରୋଧୀ ଦଳ କୁହା ମୁଣ୍ଡା କପିଳା
ହୁଙ୍କାପିଟା ଅବୋଲକରା ଦଳ
ଫମ୍ଫା ପ୍ରତିଶୃତି ଦେଇଥିଲେ ଦେଇଛନ୍ତି
 ମୋଦି ସରକାର ଖାଲି ପ୍ରହସନ

 ମୋ ମନକୁ ଗୋଟେ ଯୁଟିଗଲା ଆଇଡିଆ
 ଯିଏ ବଦଳେଇ ପାରେ
 ଯିଏ କଅଁଳେଇ ପାରେ
 ଘରେ ପରିବାରେ ବହୁତ କିଛି ନୂଆ

 ଆଜି ହେଲା ରବିବାର
ମାଂସ ମାଛ ବାର
ସଞ୍ଜୟ ଭାଇ ଦୋକାନ ଆଗରେ ଲାଗିଛି
ଧରିତ୍ରୀ ଜୁୟେଲାରୀର ବଡ଼ ଧରଣର ପ୍ରଚାର ପ୍ରସାର
 ସୁନାଗହଣା ଛୁଇଁଲାଣି ଦେଢ଼ଲକ୍ଷ ଦଶଗ୍ରାମକୁ
ସବୁ ଅଟକଳ ଓଲଟ ପାଲଟ ଆରପାର
ହେଲେ ଗଢ଼ା ମଜୁରୀ ଉପରେ ରିହାତି ଯୋରଦାର

 ଦେଖୁଥାଏ ମୁଣ୍ଡ କୁଣ୍ଢେଇ କୁଣ୍ଢେଇ ଆଗଉ ଥାଏ
ନିଅଣ୍ଟିଆ ଯୁଗରେ
 ବଜେଟ ଭଳିଆ ଦିନରେ
 ଗହଣା ପଦିଏ ବି କିଣିବାକୁ ଦେଉନ
ଗଳାକୁ ହାର ବା ନ ହେଲା ନାହିଁ
ପାଦ ଆଙ୍ଗୁଳି ପାଇଁ ଝୁଣ୍ଟିଆ ବି କରି ଦେଉନ
 ତୁମକୁ ଧର୍ମ ସହିବ
ତୁମକୁ ମହିଳା ବର୍ଗର ହାଏ ଲାଗିବ
ବାହା ଦେବାକୁ ଥିବା ବଢ଼ିଲା ଝିଅର ବାପା
 ଅଭିଶାପ ଦେବ ହିଁ ଦେବ

ସୁନା ରୂପା ହେଲା ଆକାଶ କୁଶୁମ
ଗରିବ ଗୁରୁବା କେମିତି କରିବେ
 ବିବାହ ବ୍ରତଘର ଆଦି ମାଙ୍ଗଳିକ ପଞ୍ଚକର୍ମ

 ବନାରସୀ ପାଟଶାଢୀ କଥା ଛାଡ଼
କାଞ୍ଚିଭରମ - ବମକେଇ ପଛକୁ ଫୋପାଡ଼
ତାଳଚ଼େର ବଉଳଗଛ ଛକ ସାହୁ ଦୋକାନରୁ
 ସମ୍ବଲପୁରୀ ଶାଢି ଖଣ୍ଡିଏ ବାଛିନେଲି
ମହରଗ ଯୁଗରେ
ଛୋଟ କାଟିଆ ବଜେଟରେ
ଘରଣୀକୁ ମୋର ଖୁବ୍ ମାନିବ ମାନିନେଲି
ଲକ୍ଷ୍ମୀ ଠାକୁରାଣୀ ରୂପରେ ଗୁଣରେ ଜାଣିଗଲି


Rate this content
Log in

Similar oriya poem from Fantasy