ପ୍ରାଣବଳୀ କେବେ କି ?
ପ୍ରାଣବଳୀ କେବେ କି ?
କବିତା - ପ୍ରାଣବଳୀ କେବେ କି ?
ରଚନା - ପଞ୍ଚାନନ ଜେନା
ତାରିଖ -୨୮-୦୧-୨୦୨୬
+++++++++++++++++
ଆମେ ସବୁ ଭାରତୀୟ
ମାତ୍ର ଭାରତୀୟତା ପ୍ରତି ଆନ୍ତରିକତା
ଆମେ ସବୁ ଇଣ୍ଡିଆନ୍
ମାତ୍ର ଇଣ୍ଡିଆର ମୂଳମନ୍ତ୍ର ପ୍ରତି ସାର୍ବଭୌମତା
ମୁଖ ମୟୁଖରେ ଦିଶିବ କେବେ କି ?
ଆମେ ସବୁ ସ୍ଵାଧୀନ ଦେଶର ନାଗରିକ
ମାତ୍ର ସ୍ଵାଧୀନତାର ସ୍ଵାଦ ପ୍ରତି ଦାୟିତ୍ୱବୋଧତା
ଆମେ ସବୁ ସମାନ ସ୍ୱତନ୍ତ୍ର ମଣିଷ
ମାତ୍ର ସ୍ଵତନ୍ତ୍ରତା ପ୍ରତି ଶତ ପ୍ରତିଶତ ଭାବବିଳାସିତା
ଆଚରଣ ଉଚ୍ଚାରଣରେ ଗୁଞ୍ଜିବ କେବେ କି ?
ଆମେ ସବୁ ଗଣତନ୍ତ୍ର ବିଶ୍ୱାସୀ
ମାତ୍ର ମୌଳିକ ଅଧିକାର ପ୍ରତି ଅଜ୍ଞାନତା
ଆମେ ସବୁ ପ୍ରଜାତନ୍ତ୍ର ଆଶ୍ୱାସୀ
ମାତ୍ର ଲୋକଙ୍କ ସରକାର ପ୍ରତି ହୀନମାନ୍ୟତା
ବନ୍ଦେ ମା'ତରମ୍ ଗାଇବା କେବେ କି ?
ଆମେ ସବୁ ଦରିଦ୍ର ନାରାୟଣ
ମାତ୍ର ଲିଖିତ ସମ୍ବିଧାନ ପ୍ରତି ଉଦାସିନତା
ଆମେ ସବୁ ମାଗଣା ଖିଆ
ମାତ୍ର ମୌଳିକ କର୍ତ୍ତବ୍ୟ ପ୍ରତି ନିଷ୍କ୍ରିୟତା
କର୍ମବୀର ଧର୍ମବୀର ହୋଇବା କେବେ କି ?
ଆଜି
ଆମେ ସବୁ ଭାଗ୍ୟବାନ୍ ପିଲାରେ
ମାତ୍ର ଦେଶପ୍ରେମ ପ୍ରତି କୁଣ୍ଠାମନ୍ୟତା
ଆମେ ସବୁ କୁହାମୁଣ୍ଡା କପିଳା
ମାତ୍ର ଜାତୀୟ ସଂହତି ପ୍ରତି ଥଣ୍ଡାକାମ୍ୟତା
ଛଦ୍ମ ଖୋଳପା ଫିଙ୍ଗିବା କେବେ କି ?
ଆମେ ଭାବୁ ବସୁଧା ଆମ କୁଟୁମ୍ବ
ମାତ୍ର ତ୍ୟାଗ ବଳିଦାନ ପ୍ରତି ବକଧାର୍ମିକତା
ଆମେ ସବୁ ଶ୍ରେଷ୍ଠ ଜୀବ ବିପ୍ରଲମ୍ବ
ମାତ୍ର ସ୍ଵାର୍ଥ ସାଧନ ପ୍ରତି ଶହେଗୁଣ ସକ୍ରିୟତା
ଭଲ ମଣିଷରେ ଗଣାହେବା କେବେ କି ?
ଆମେ ଭାବୁ ସ୍ବପ୍ନସବୁ ସତ ହୁଅନ୍ତା କି ?
ମାତ୍ର ଝାଳ ବୋହିବା ପ୍ରତି କର୍ମବିମୁଖତା
ଆମେ ଭାବୁ ସୁଖଶାନ୍ତି ଆପେଆପେ ମିଳନ୍ତା କି ?
ମାତ୍ର କଠିନ ପରିଶ୍ରମ ପ୍ରତି ବିମୁଖମନ୍ୟତା
ଭାରତମାତା ଚରଣେ ପ୍ରାଣବଳୀ କେବେ କି ?
