STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବରକୋଳିଆ ବିଦ୍ଵେଷ

ବରକୋଳିଆ ବିଦ୍ଵେଷ

1 min
0

କବିତା - ବରକୋଳିଆ ବିଦ୍ଵେଷ
ରଚନା - ପଞ୍ଚାନନ ଜେନା
ତାରିଖ -୦୪-୦୨-୨୦୨୬
 ++++++++++++++++
 କଥାରେ ଅଛି
ଗୋଳିଆ ପାଣିରେ ମାଛ ଧରିବା ସହଜ
ମାତ୍ର ଲୁହ ଖୁବ୍ ଗୋଳିଆ ହେଲେ
ସବୁ ସହଜ ଲାଗେ ଅପହଞ୍ଚ ଅସହଜ

 ଇତିହାସ କହେ
 ଗାନ୍ଧିଜୀ ଦାଣ୍ଡି ସମୁଦ୍ର କୂଳରେ ମାରିଥିଲେ ଲୁଣ
 ଆରମ୍ଭୀ ଥିଲେ ଆଇନ ଅମାନ୍ୟ ଆନ୍ଦୋଳନ
 ପରିଙ୍ଗି ବିରୁଦ୍ଧେ ଐତିହାସିକ ସତ୍ୟାଗ୍ରହ ଲବଣ
ସମୁଦ୍ର ପାଣିକୁ ଚା' କେଟଲିରେ ଫୁଟେଇ ଦ୍ରବଣ
 ମାତ୍ର ଲୁହକୁ ଫୁଟେଇଲି ଗବା ଗବ୍ ଏ କ୍ଷଣ
 ଟିପାଏ ଲୁଣର ଭୃଣ ନାହିଁ କାହିଁ ସବୁ ବାଷ୍ପୀୟକରଣ

 ମିଛରେ କହୁଥା
 ଲୁହ କୁଆଡେ ପୋଛି ପାରେ ଛାତି ତଳର କୋହ
 ଲୁହ କୁଆଡେ ପିଇପାରେ ଅତୀତର ଅସଜଡ଼ା ମୋହ
ଲୁହ କୁଆଡ଼େ ଛାଣିପାରେ ଅପ୍ରତ୍ୟାଶିତ ସନ୍ଦେହ
 ଲୁହ କୁଆଡ଼େ ଶାନ୍ତ କରିପାରେ ଛାତି ଥରା ବିରହ

 କାହିଁ ତ କିଛି ବୁଝା ପଡୁନି !
ଭରା ନଈର ସୁଅ ପରି ବୁହେଇ ସାରିଲିଣି ଲୁହ
ଆଖିରୁ ଝରୁଛି ଝରଣା ପରି ପଞ୍ଜରା ଥରା କୋହ

 ମୋତେ ଲାଗୁଛି
ଲୁହ ଝରେଇବା ଆକସ୍ମିକ ଭାବ ବିନ୍ୟାସ
 ଅଭିମାନେ ବ୍ୟାଘାତ ଆହତ ହେଲେ ଆତ୍ମସମ୍ମାନ
 ନୟନ ଯୋଗଳ ଆପେ ଆପେ କହିବସେ
ନୀରବ ଲୁହ ଟୋପାରେ ପୁଞ୍ଜିଭୂତ ରୋଷ
 ଅମାନିଆ ବରଷିଯାଏ ବରକୋଳିଆ ବିଦ୍ୱେଷ


Rate this content
Log in

Similar oriya poem from Tragedy