STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଜାଗତିକ ପ୍ରେମ

ଜାଗତିକ ପ୍ରେମ

1 min
0

କବିତା - ଜାଗତିକ ପ୍ରେମ
ରଚନା - ପଞ୍ଚାନନ ଜେନା
ରଚନା -୦୩-୦୨-୨୦୨୬
 ++++++++++++++++
 ତୁମେ ପାଖରେ ନ ଥିଲେ ବି
ସିଖି ସାରିଛି ମୁହିଁ
ସମୟର ଦୋଛକିରେ ବସି ବସି
ଜାଣି ପାରିଛି ମୁହିଁ
ତୁମ ସହିତ ରହି ପାରୁଛି
ତୁମ ସହିତ ଶୋଇ ପାରୁଛି
ପ୍ରଗଳ୍ଭା ପ୍ରେୟସୀ ପରି
ଘଣ୍ଟା ଘଣ୍ଟା ତୁମ ସହିତ ଗପି ପାରୁଛି ମୁହିଁ

 ତୁମର ଅଭାବ ହିଁ ତ ହସନ୍ତ
 ତୁମର ଭାବନା ହିଁ ତ ବସନ୍ତ
ତୁମର ଚେତନା ହିଁ ତା ହେମନ୍ତ
ତୁମର ବେଦନା ହିଁ ତ ଜୀବନ୍ତ

 ତୁମର ପ୍ରତୀକ୍ଷା ହିଁ ତୋ ପ୍ରେମ ବୈତରଣୀ
ତୁମର ଅପେକ୍ଷା ହିଁ ତୋ ପ୍ରେମ ସୃତସ୍ଵନୀ
ତୁମର ଆଙ୍କାକ୍ଷା ହିଁ ତୋ ପ୍ରେମ ସୁହାଗିନୀ
ତୁମର ତୀତିକ୍ଷା ହିଁ ତୋ ପ୍ରେମ ବୀରହିଣୀ

 ବୋଧହୁଏ
 ତୁମରି ବିରହ ସିଖେଇଛି ପ୍ରେମ ହିଁ ଧୌର୍ଯ୍ୟ
ତୁମରି ବିଦେହ ଜଣେଇଛି ପ୍ରେମ ହିଁ ସୌର୍ଯ୍ୟ
ତୁମରି ଦେହ ଦେହଳୀ କହୁଛି ପ୍ରେମ ହିଁ କୌମାର୍ଯ୍ୟ
 ତୁମରି ବେପଥୁ ଅର୍ଗଳି ମନେ ପକଉଛି ପ୍ରେମ ହିଁ ସ୍ୱୀକାର୍ଯ୍ୟ

 ତୁମେ ରହିଲେ ବି ପ୍ରେମ ନୈସର୍ଗିକ
 ତୁମେ ନ ରହିଲେ ବି ପ୍ରେମ ସ୍ବପ୍ନିକ
 ପ୍ରେମର ଜୟଯାତ୍ରା ଅତ୍ର ତତ୍ର ସର୍ବତ୍ର ଜାଗତିକ


Rate this content
Log in

Similar oriya poem from Fantasy