STORYMIRROR

Panchanan Jena

Tragedy

4  

Panchanan Jena

Tragedy

ନିରୋଳା ପ୍ରହରେ

ନିରୋଳା ପ୍ରହରେ

1 min
12

କବିତା - ନିରୋଳା ପ୍ରହରେ
ରଚନା - ପଞ୍ଚାନନ ଜେନା
ତାରିଖ -୧୯-୦୭-୨୦୨୫

ନିରୋଳା ପ୍ରହରେ
ଭାବି ବସିଲେ ସତରେ
ଜୀବନଟା ଲାଗେ ଏମିତି ସେମିତି ସାଙ୍ଗରେ
ମେଳା ରାମଦୋଳି ପାଖ ଗହଳି 
ଉଠା ପକା ଖେଳ ପରି ନାଗର ଦୋଳି 
ଉପରକୁ ଉଠିଲେ ଶୂନ୍ୟଦେହୀ
ଆଖି ବୁଜି ଯାଏ ଡ଼ର ଲାଗୁଥାଏ 
ମୁଠି ଧରୁଥାଏ ମୋହମାୟା ବିଦେହୀ
ତଳକୁ ଖସିଲେ ଶବ୍ଦଭେଦୀ ଖୁସି ବଳୟ
ଜଗତଜିଣା ହସରେ ଫାଟିପଡ଼େ ଦେହ ଭୂଗୋଳ

ସଞ୍ଜ ସମୟରେ
ବୁଲୁଥିଲେ ଛାତ ଉପରେ
ଗରମ ଗୁଳୁଗୁଳିରୁ ତ୍ରାହି ପାଇଁ
ତାଜା ପବନ ସହିତ ବସିଲେ ମୀତରେ
ଜୀବନଟା ଲାଗେ ଯେମିତି ସାଗର ଜୁଆର
ଉର୍ମିମାଳାର ଉଠାଣ ପଡ଼ାଣ ପଟୁଆର
ସମାର ତନ୍ତ୍ରର ମୃଦୁ କୋଳାହଳ ଭିତରେ
ଜୀବନ ହୁଏ ଗତିଶୀଳ ପ୍ରବାହ ପ୍ରସ୍ତର
ବାଟ ଉଗାଳେ ଶବ୍ଦ ଶୃଙ୍ଗାର
ପୁଷ୍ପିତ ପଲ୍ଲବିତ ହୁଏ ମଣିଷ ତରୁବର

ଏକାକୀ ଥିଲେ ଘରେ
କର୍ମ ଜଞ୍ଜାଳରେ ବ୍ୟସ୍ତ ବିବ୍ରତ ହେଲା ପରେ ପରେ
ଝାଳରେ ତିନ୍ତୁଥିଲେ ସର୍ବାଙ୍ଗ ଉପରେ
କପାଳରୁ ଟପ୍ ଟପ୍ ଖସି ପଡୁଥିବା ଲୁଣିଆ ଝାଳରେ
ଜୀବନଟା ଲାଗେ କଷ୍ଟଦାୟକ ପ୍ରହର
କର୍ମ ପ୍ରବଣ ଜୀବନେ ଯାପନେ 
ହେଲେ ବି ଯେତେ କର୍ମ ତତ୍ପର
କାମ ତ ସରୁ ନ ଥିବା ଝରଣା ଝର
କାମ ତ ଶୁଖୁ ନ ଥିବା ଉତ୍ସକୂପ ବାମ୍ଫି ନିର୍ଝର
ସମୟ ନିଅଣ୍ଟ ହୁଏ
କାମର ଚାପରେ ବିଚରା ହସ ଖୁସିଆ ମଣିଷ
ପାଲଟି ଯାଏ କଳା ମୁଗୁନି ପଥର 
ଚେପା ଟୋଳା ପଡ଼ିଯାଏ ଦୈନନ୍ଦୀନ ଜୀବନଚର୍ଯ୍ୟା 
ଗରଗର ରାଗରେ ହୁଙ୍କାପିଟା ବାଗରେ
ସତେ ଯେମିତି ତାତିଲା ବୈଶାଖ ଦୋପହର ।


Rate this content
Log in

Similar oriya poem from Tragedy