ନିର୍ବାଚନ ଵିଗୁଲ୍
ନିର୍ବାଚନ ଵିଗୁଲ୍
ଗଣତନ୍ତ୍ର,
ସାଧାରଣତନ୍ତ୍ର,
ଧର୍ମ ନିରପେକ୍ଷ,
ସମାଜବାଦ,
ସାର୍ବଭୌମତା,
ସମ୍ବିଧାନରେ କରିଛେ
ଶପଥ, ଆଣିବା ସଫଳତା ।୧।
ଆମେ ଯେତେ
ଜନସାଧାରଣ ଅଛେ,
ନିଶ୍ଚିତ ସମସ୍ତ ଅଧିକାରୀ ଠାରୁ
ମୁଖ୍ୟ ଓ ପ୍ରାଧାନ୍ୟ ବୋଲି,
ସମ୍ବିଧାନରେ ରହିଛି,
କରିଛେ ଶପଥ,
ସମ୍ବିଧାନର ଲକ୍ଷ୍ୟ ସମତା,
ମିଶି ଆଣିବା ସଫଳତା ।୨।
ଗଣତନ୍ତ୍ର,
ବିତିଗଲାଣି,
୭୨ ବରଷ,
ଭାରତୀୟ ମଣିଷ,
ଅପେକ୍ଷା କରିଛନ୍ତି ଲକ୍ଷ୍ୟ ର
ବାଟ ହାସଲ କରିବାଟା,
ସମ୍ବିଧାନର ଲକ୍ଷ୍ୟ ସମତା,
ମିଶି ଆଣିବା ସଫଳତା ।୩।
ନିର୍ବାଚନ ବିଗଗୁଲ,
ଵାଜି ଆସିଛି ୧୯୫୦ରୁ,
ରାଇଜ କମ୍ପିଛି,
ଭୋଟର ମନରେ ଆଶା ଭରିଛି,
ହାତୀ ମିଳିବ, ଘୋଡ଼ା ମିଳିବ,
ଆନନ୍ଦେ ଅନ୍ୟର ଗାନା ଗାଇଛି,
ପଞ୍ଚବର୍ଷିଆ ଯୋଜନା ଦେଖିଛି,
ଆଛା (ଭଲ) ଦିନ ଆସିବ ଶୁଣିଛି,
ଭରସା ଓ ଆଶା ମିଛ ପ୍ରତିଶ୍ରୁତିରେ
ପୁରା ପୁରି ଭାବେ ମଉଳି ଯାଇଛି,
ତଥାପି ମନ ମଧ୍ୟରେ ବିଶ୍ୱାସ ରହିଛି,
ସମ୍ବିଧାନର ଲକ୍ଷ୍ୟ ସମତା,
ମିଶି ଆଣିବା ସଫଳତା ।୪।
ବାଜିଲା ନିର୍ବାଚନ ବିଗୁଲ,
ଆସିଲାଣି ନିର୍ବାଚନ ମାହୋଲ୍,
କିଛି ନେତା ଅଛନ୍ତି,
ପୁଂଜି ପତିଙ୍କ ଠୁଁ ନୋଟ୍ ଆଣନ୍ତି,
ଚଣ୍ଡୀ ଚାମଣ୍ଡା ସଂଘରେ ଥାନ୍ତି,
ଜନସାଧାରଣଙ୍କ ପାଖକୁ ଦୈାଡିବେ,
ବଡ଼ ବଡ଼ ପ୍ରତିଶୃତି ଭାଷଣ ଦେବେ,
ମଦ ମାଉଁସରେ ରାଇଜ ଭାସିବ,
ଧର୍ମ ଜାତି ଦେଶର ସୁରକ୍ଷା କଥା କହିବ,।
କିଣା ବିକା ହେବେ ନିରୀହ ଜନଦା
ପ୍ରତିଶୃତି ଦେଇ, ଭାଙ୍ଗିବେ ନେତା,
ଭାବି ଆସିଛନ୍ତି ଆମକୁ ବୋକା,
ହୋଇଲେ ମତାନ୍ଧ ଓ ଜଳକା,
ସମ୍ବିଧାନର ଲକ୍ଷ୍ୟ ସମତା,
ଆଣିପାରିବାକି ଗଣତନ୍ତ୍ର ର ସଫଳତା? ।5।
