ଆମ ମାତୃଭାଷା ଆମ ପରିଚୟ
ଆମ ମାତୃଭାଷା ଆମ ପରିଚୟ
ଆମ ମାତୃଭାଷା ଆମ ପରିଚୟ
କରେ ଆମ ଭାବ ପ୍ରକାଶେ ସାହାର୍ଯ୍ୟ ।
ଆମ ମାତୃଭାଷା ଆମ ପରିଚୟ
ଆମର ଜୀବନ କରେ ମଧୁମୟ ।
ମଣିଷର ଭାବ ଆଶା ଆଶ୍ୱାସନା
ପ୍ରକାଶ କରି ଯେ ମନ୍ମୟ ମୂର୍ଚ୍ଛନା ।
ଝଙ୍କୃତ କରାଏ ନିତ୍ୟ ନିରନ୍ତର
ପ୍ରାଣ ତାନ୍ତ୍ରିକ। ରେ ପୁରବୀ ସୁସ୍ୱର ।
ତୋଳି ପ୍ରତି କ୍ଷଣେ ଅନୁଭବ ଜ୍ଞାନ
ବିଦ୍ୟା ବୁଦ୍ଧି, କଉଶଳ ବିବର୍ଦ୍ଧନ ।
କରାଇ ପବିତ୍ର ଉତ୍ସାହ ଚିନ୍ତନ
ଉତ୍ତମ ବିଚାର ସନ୍ଦେଶ ପ୍ରଦାନ ।
କାରୀ ହୋଇ ଥାଏ ଆମ ମାତୃଭାଷା
ବାଧ୍ୟତାମୂଳକ ଅଟେ ଯେ ବ୍ୟବସ୍ଥା ।
ନୀତି ଉପଦେଶ ନିୟମ ରାଜିର
ଶିକ୍ଷଣ ନିମନ୍ତେ ଯାହା ମନୋହର ।
ଚମତ୍କାର ଭାବ ମନ୍ମୟ ମାଧୁରୀ
ନୈସର୍ଗିକ ବିଭା କଳା ଓ ଚାତୁରୀ ।
ଚାରୁତା ସୁୁଷମେ ସୁଷମା ଲହରୀ
ପ୍ରକୃଷ୍ଟ ଭାବନା ପ୍ରବାହିତ କରି ।
ଜାତୀୟ ଜୀବନେ ପବିତ୍ର ଉତ୍ସାହ
ସାଂସ୍କୃତିକ ଭାବ ଗାରିମା ମହତ୍ତ୍ଵ।
ସଭ୍ୟତା ଓ କଳା କୌଶଳ ବିପୁଳ
ଭଣ୍ଡାର ରେ ପୂର୍ଣ୍ଣ ଜୀବନ ଚଞ୍ଚଳ ।
କରାଏ ଆମର ମାତୃଭାଷା ନିତି
ନୀତି ବାଣୀ ଉପଦେଶ ଅନୁଭୂତି ।
ରାଶି ର ମଞ୍ଜୁଳ ଗୁମ୍ଫନ ଯହିଁ ରେ
ମନ ଖୋଲି ଭାଷେ ଭାବ ମାଧୁରୀ ରେ ।
ଅକାରାନ୍ତ ଧ୍ଵନି ପ୍ରତିଧ୍ଵନି ତାନେ
ସଙ୍ଗୀତ ସାହିତ୍ୟ ଓଉତ୍କର୍ଷ୍ୟ ବଖାଣେ ।
ସ୍ଵବାସେ ସଭିଙ୍କୁ କରେ ବିମୋହିତ
ସୁସାହିତ୍ୟ ଯାର ସାଧେ ସଦା ହିତ ।
ଐତିହାସିକ ଯେ ତଥ୍ୟ ଓ ତତ୍ତ୍ୱର
ଭରପୁର ଅଛି ଅସୀମ ଭଣ୍ଡାର ।
ଆମ ମାତୃଭାଷା ଆମ ପରିଚୟ
ଉଜ୍ବଳ ଆଲେଖ୍ୟମୟୀ ଯା' ଔଜଲ୍ୟ ।
ପରଶେ ଅଜ୍ଞାନ ଅନ୍ଧକାର ଦୂର
ପ୍ରାଣେ ସ୍ନେହ ଶ୍ରଦ୍ଧା ପ୍ରୀତି ସୌହାର୍ଦ୍ୟର ।
ତୋଳଇ ମଧୁର ମନ୍ମୟ ମୂର୍ଚ୍ଛନା
ସଙ୍ଗୀତ ସୁଷମା ଯାର ବୀଣା ଜିଣା ।
ଆମ ମାତୃଭାଷା ଆମ ପରିଚୟ
ପ୍ରକାଶଇ , ନିତି ସାହିତ୍ୟ ଓଉତ୍କର୍ଶ୍ୟ ।
