ଶିଶୁମାନଙ୍କର
ଶିଶୁମାନଙ୍କର
ଶିଶୁମାନଙ୍କର ମୁଖୁ ସୁଧା ଧାର
ଝରୁ ଥାଏ ନିରନ୍ତର
ଦରୋଟି ଭଙ୍ଗା ଭଙ୍ଗା କଥା
ଲାଗେ କେତେ ମନୋହର ।
ଚମତ୍କାର ବେଶ ସରଳ ନିଷ୍ପ।ପ
ଶିଶୁ ପରମ ପବିତ୍ର
ସୁଧ।ମୟୀ ହସେ ଜୋଛନା ପ୍ରକାଶେ
ଆହା କି ଦିବ୍ୟ ମଧୁର ।
ସରଳ ଚାହାଣି ନିଏ ମନ କିଣି
ସୁକୁମଳ ଅବୟବେ
ନାନା ଭଙ୍ଗୀ କରି ହସି ନାଚି ଖେଳି
ନିଜ ଚପଳ ସ୍ୱଭାବେ ।
ଭରି ଦିଏ ଆନ ହୃଦୟେ ହରଷ
ସ୍ନେହ , ଶ୍ରଦ୍ଧା , ମଧୁରୀମା
ବାତ୍ସଲ୍ୟ ମମତା ଭ।ରେ ଭର ପୁର
ନାହିଁ ଶିଶୁ ର ଉପମା ।
କୋମଳ ନରମ ଓଠ ରେ ହସରେ
ଦର୍ଶକ ର ମନ କିଣେ
ଶିଶୁ ମାନେ ସିନା ସବୁଠି ଦୁଷ୍ଟାମୀ କଲେ ବି
ସଭିଙ୍କ ର ମନ ଜିଣେ ।
ହସରେ, ରସରେ, ଭାଷ, କୌତୁକରେ
ହୁଅନ୍ତି ସବୁରି ପ୍ରିୟ
ସାଥୀ ମେଳେ କେତେ ଖେଳି ବୁଲି ବିତେ
ଆହାଲାଦ ରେ ସମୟ ।
