ପଠାଣି ସାମନ୍ତ ଜୟନ୍ତୀ
ପଠାଣି ସାମନ୍ତ ଜୟନ୍ତୀ
ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଠାରେ
ଜନ୍ମ ଲଭି ଶୁଭ କ୍ଷଣେ
ପ୍ରସିଦ୍ଧ ହୋଇଲ ବୈଜ୍ଞାନିକ ଭାବେ
ପ୍ରାଚୀନ ଜ୍ୟୋତି ବିଜ୍ଞାନେ ।
ଲେଖିଲ ଯେ ଗ୍ରନ୍ଥ ସିଦ୍ଧାନ୍ତ ଦର୍ପଣ
ସଂସ୍କୃତ ଭାଷା ଶ୍ଳୋକ ରେ
ଜ୍ୟୋତିଷ ବିଦ୍ୟା ରେ ଗଣନା ପନ୍ଧତି
ରାଜି ଯହିଁ ଚମତ୍କାରେ ।
ଜନ ମନ ହରେ ପ୍ରାଚୀନ କାଳର
ବହୁ ଗ୍ରନ୍ଥ ର ସିଦ୍ଧାନ୍ତ
ନେଇ ଅନୁପମ ସୁଦିବ୍ୟ କୌଶଳେ
ରଚିଲ ପ୍ରକାଣ୍ଡ ଗ୍ରନ୍ଥ ।
ଜ୍ୟୋତିର୍ବିଜ୍ଞାନ କୁ ଦେଇ ଗଲ କେତେ
ଯନ୍ତ୍ର ଆଉ କଉଶଳ
ଯାହାର ପ୍ରଭାବେ ବିଜ୍ଞାନୀ ଏ ଏବେ
ନିର୍ମାଣ କଲେ ବିପୁଳ ।
କାଠି , ନଳୀ , ଦଣ୍ଡ ସାହାର୍ଯ୍ୟ ରେ ତୁମେ
କରି କେତେ ନିରୂପଣ
ନିର୍ଣୟ , ନିର୍ମାଣ କରୁ ଥିଲ କେତେ
ଅନେକ ପ୍ରକାର ମାନ ।
ଶଙ୍କୁ ଦଣ୍ଡ , ସୂର୍ଯ୍ୟ ଘଟିକା ସହିତ
ନିର୍ମିଲ ଖଗୋଳ ଯନ୍ତ୍ର
ମାନ ଯନ୍ତ୍ର ସାଥେ ନଳୀ, ନଳ କେତେ
ପୁଣି ସେ ଉଲମ୍ବୀ ଚକ୍ର ।
ଆଜୀବନ ଚିର ଦୁଃଖ ର ପ୍ରହାର
ଘ।ତେ ସଦା ପ୍ରପୀଡ଼ିତ
ରୋଗ , ତାପ , ସହି ସାହସ କୁ ଧରି
ସାଧିଲ ଅନେକ ହିତ ।
ମହା ମହୋ ଉପା ଧ୍ୟାୟ ଉପାଧି ରେ
ସମ୍ମାନିତ ହୋଇ ଥିଲ
ଆଜି ଏ ପବିତ୍ର ଜୟନ୍ତୀ ବାସରେ
ଘେନ ଭକ୍ତି ନମସ୍କାର ।
ଡିସେମ୍ବର ମାସ ତେର ତାରିଖରେ
ଅଠରଶ ପଞ୍ଚ ତ୍ରିଂଶ
ମସିହା ରେ ତୁମେ ହୋଇଲ ଭୂମିଷ୍ଠ
ତୁମ୍ଭର ଜନ୍ମ ଦିବସ ।
ପ୍ରତି ବର୍ଷ ଆମେ ପାଳନ କରୁଛୁ
ତୁମର ପବିତ୍ର ସ୍ମୃତି
ଗାଥା ଗାଇ ମନ ପ୍ରାଣେ ପୁଣ୍ୟ କର୍ମ
ପାଇଁ ଆରପୁଚୁ ଭକ୍ତି ।
ଘେନ ଶ୍ରଦ୍ଧାଞ୍ଜଳୀ ପଠାଣି ସାମନ୍ତ
ଜୟନ୍ତୀ ବାସରେ ଆଜି
ପବିତ୍ର ଉତ୍ସାହ ଶକତି ପ୍ରେରଣା
ଜନ ମନେ ଦିଅ ସୃଜି ।
ଘେନି ଯାଅ ଆଜି ଜାତି ନମସ୍କାର
ଏ ପୂତ ପବିତ୍ର ଦିନ
ଚରଣ ରେ ତୁମ ଅର୍ପଇ ଆଦରେ
ଜାତି ଭକତି ପ୍ରଣାମ ।
