ସଂପର୍କର ନଦୀ ତୀରେ
ସଂପର୍କର ନଦୀ ତୀରେ
ଯେଉଁ ନୀରେ ଥିଲା ସଂପର୍କ ଅପାର
ସ୍ନାନ କରୁଥିଲା ନିତି,
ଯାହାର ନୀରକୁ ନିତ୍ୟେ ପିଉ ଥିଲା
ବସ୍ତ୍ର କାଚୁଥିଲା ନିତି ।
ସଙ୍ଗସାଥୀ ଘେନି ନଦୀ ଯାଉଥିଲା
କୁତୁହଳେ ସ୍ନାନ ତହିଁ
ମନ ଖୁସି କରି ଗାଧୋଇ ପାଧୋଇ
ସଂପର୍କ ଜଡ଼ିତ ତହିଁ ।
ସଙ୍ଗସାଥୀ ମେଳ ପବିତ୍ର ସଂପର୍କ
ଜୀବନରେ ଥିଲା ତହିଁ
ନଦୀ ତୁଠେ ଯିବା ଦିନଚର୍ଯ୍ୟା ଥିଲା
ଅପୂର୍ବ ସଂପର୍କ ତହିଁ ।
ବଟ ବୃକ୍ଷ ଅଛି ନଦୀ ଯିବା ପଥେ
ବସୁ ଥିଲା ନିତ୍ୟେ ତହିଁ,
ବଟ ବୃକ୍ଷ ଥିଲା ସଂପର୍କେ ଜଡ଼ିତ
ସମୟ ବ୍ୟତୀତ ତହିଁ ।
ଧାତା ଲିଖନଟି ଜୀବନେ ଘଟିଲା
ପ୍ରାଣ ଲୀଳା ସରି ଗଲା
ପବିତ୍ର ଆତ୍ମାଟି ପ୍ରଭୁଙ୍କ ଚରଣେ
ପିଣ୍ଡ ଛାଡି ଚାଲି ଗଲା ।
ସଂପର୍କର କଥା ସ୍ମୃତିରେ ରହିଲା
ଜୀବନ ଲୀଳା ସରିଲା,
ବନ୍ଧୁ କୁଟୁମ୍ବ ହିଁ ପିଣ୍ଡ ଘେନି ଗଲେ
ରାବ୍ ରାମନାମ ହେଲା ।
ସାଂସାରିକ ନୀତି ନିୟମେ ହୋଇଲା
ଦାହା ସଂସ୍କାର ଟି ତାର,
ସଙ୍ଗସାଥୀ ସଙ୍ଗୁ ଜଣେ କମି କଲା
ନ ରହିଲା କିଛି ତାର ।
ଜନକଲ୍ୟାଣରେ ଜଡ଼ିତ ଥିଲା ସେ
ଅମୂଲ୍ୟ ସଂପର୍କ ତାର,
ସମାଜ ଭିତରେ ଦୁଃଖର ଲହରୀ
ସ୍ମୃତିରେ ରହିଲା ତାର ।
କେହୁ ରହି ନାହିଁ ରହିବେଟି ନାହିଁ
କର୍ମ ଭୂମି ଅଟେ ଏହୁ
ଯିବ ଆଗେ କେହୁ ପଛ ଯିବ କେହୁ
ଲିଖନ ପ୍ରଭୁଙ୍କ ଏହୁ ।
କଲା କର୍ମ ତାର ସ୍ମୃତିରେ ରହିବ
ଦୁଃଖିତ ହୋଇବେ ସବୁ,
ସୁକର୍ମର କଥା ଇତିହାସ ହେବ
କର୍ମ ଅନୁରୂପେ ସବୁ ।
ନଦୀ ତୀର ହେବ ସମସ୍ତଙ୍କ ଭାଗ୍ୟେ
କଟୁ ବଚନଟି ଏହୁ,
ସ୍ମୃତିରେ ରହିବ ତାର କର୍ମ ଲୀଳା
ପ୍ରଭୁଙ୍କ ଭିଆଣ ଏହୁ ।
ଯେଉଁ ନୀରେ ଥିଲା ସଂପର୍କ ଅପାର
ସ୍ନାନ କରୁଥିଲା ନିତି,
ଯାହାର ନୀରକୁ ନିତ୍ୟେ ପିଉ ଥିଲା
ବସ୍ତ୍ର କାଚୁଥିଲା ନିତି ।
