STORYMIRROR

BHABAGRAHI TRIPATHY

Abstract Inspirational

4  

BHABAGRAHI TRIPATHY

Abstract Inspirational

ଭୋକର ଭୂଗୋଳ

ଭୋକର ଭୂଗୋଳ

1 min
207


ପଞ୍ଚ କର୍ମେନ୍ଦ୍ରିୟ 

    ପଞ୍ଚ ଜ୍ଞାନେନ୍ଦ୍ରିୟ

         ଅନ୍ତ କରଣଟି ଚାରି

ଶରୀର ରଥକୁ

    ଚଳାଇ ଥାଆନ୍ତି

         ଭଲ ମନ୍ଦ ଗୁଣ ଧରି


ପଞ୍ଚ ଜ୍ଞାନେନ୍ଦ୍ରିୟେ

    ଚକ୍ଷୁ ପୁଣି ଶ୍ରେଷ୍ଠ

       ତାହାର ମହତ୍ତ୍ଵ ବେଶୀ

ଏକକୁ ଆରେକ

    ସଭିଏଁ ଗୁରୁତ୍ୱ

       କେନୁହେଁ କାହାଠୁ କମି


ସାଧୁଟିର ଚକ୍ଷୁ

    କାଳିଆକୁ ଦେଖି

       ମେଣ୍ଟାଏ ଚକ୍ଷୁର ଭୋକ

କେହି କେହି ପୁଣି

   ଭୋଗ ବିଳାସରେ

      ମେଣ୍ଟାଏ ତାହାର ଭୋକ


ହରେକୃଷ୍ଣ ନାମ

   କାହା ପାଇଁ ଭୋକ

      କର୍ଣ୍ଣ ଇନ୍ଦ୍ରିୟ ପାଇଁ

ମଡର୍ଣ୍ଣ ଗୀତଟି

   କର୍ଣ୍ଣ ପାଇଁ ଭୋକ

      ଆଜିର ପିଲାଙ୍କ ପାଇଁ


ଚନ୍ଦନ ଅଗରୁ

   ଅବଢ଼ା ନିର୍ମାଲ୍ୟ 

      ଘ୍ରାଣେନ୍ଦିୟ ଭୋକ କାର

ଆଜି କାର ପିଲା

   ଅତରକୁ   ମାଖି

      ଘ୍ରାଣ ତୃପ୍ତି କରେ ତା'ର


ଭୋକ ମେଣ୍ଟିଯାଏ

   ଜିହ୍ୱା ଇନ୍ଦ୍ରିୟର

       ସାତ୍ତ୍ୱିକ ଆହାରେ କାର 

ଚିଙ୍ଗୁଡ଼ି ଇଲିଶି

   ମଦ ମାଂସେ ପୁଣି

       ତୃପ୍ତ ହୁଏ ଜିହ୍ୱା କାର


ସ୍ପର୍ଶ ଇନ୍ଦ୍ରିୟର

   ଭୋକ ମେଣ୍ଟାଇବା

       ହୋଇଥାଏ ବଡ କଷ୍ଟ

ଜ୍ଞାନି ଠାରୁ ଗୁଣୀ

   ଋଷି ଠାରୁ ମୁନି

       ଵଶ କରେ ସେହି ଦୁଷ୍ଟ


ପେଟର ତ ଭୋକ

   ମେଣ୍ଟି ଯାଇଥାଏ

       ଗଣ୍ଡେ ଖାଇପିଇ ଦେଲେ

ଶରୀରର ଭୋକ

   ବଢ଼ି ବଢ଼ି ଚାଲେ

       କାମନାର ଵଶ ହେଲେ


ଶରୀର ଅଟଇ

   ରଥ ଯେ ଆମର

       ଆତ୍ମା ସାରଥୀ ତାର

ଶରୀର ରଥକୁ

   ସତ୍ୟ ପଥେ ନେଇ

       ଚାଲି ଥାଏ ନିରନ୍ତର


ଶରୀର ଭୋକ

    ବିଷୟ ଵାସନା

       ସଂଯମତା ପ୍ରତିକାର

ଆତ୍ମାର ଭୋକ

    ଲୀନ ହୋଇଯିବ

       ପରମାତ୍ମା ସଙ୍ଗେ ତାର 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract