ହୃଦୟ ପରିଭାଷା
ହୃଦୟ ପରିଭାଷା
ହୃଦୟର ଭାଷା ଶୁଣିବାକୁ ରହିନାହିଁ ଆଉ ଏବେ କେହି
ନିଜର ନୁହେଁ ମୁଁ ନିଜେ ମୋର ହେବ କାହିଁ ଆଉ କେହି
କବିତା ସୁଅରେ ଛୁଟି ଯାଉ ଆଜି ଅଗଣିତ ଭାବର ଆଶ
ଦୁଃଖ ନୁହଁ ମୁଁ ସୁଖ ବି ଲେଖିବି ଲୀନ କରି କ୍ରୋଧଦ୍ୱେଷ
ଜୀବନ ଥିଲା
ପ୍ରେମ ବି ଥିଲା
ଥିଲି ନାହିଁ ମୁଁ ମୋ ପାଶେ
ରଙ୍ଗ ବେରଙ୍ଗ ଜୀବନ ନେଇ
ଅମାପ ସ୍ୱପ୍ନ ରାଜି ସଜେଇ
ନିଜ ପାଇଁ ନିଜେ ହସେ
ଅଧର ହସ ଦେଖିବାକୁ ରହି ନାହିଁ ଆଉ ଏବେ କେହି
ହସ ବି ନୁହଁ ନିଜର ହୋଇ ଅତୀତରେ ଯାଇଛି ହଜି
କବିତା ସୁଅରେ ଛୁଟି ଯାଉ ଆଜି ଅଗଣିତ ଭାବର ଆସ
ଦୁଃଖ ନୁହଁ ମୁଁ ସୁଖ ବି ଲେଖିବି ଭୁଲିଯାଇ କ୍ରୋଧଦ୍ଵେଷ
ଆକାଶ ଥିଲା
ବାଦଲ ଥିଲା
ଭିଜି ଥିଲି ତୋ ସାଥେ
ତୋ କେଶ ବାସ୍ନା ପବନ ନେଇ
ସାରା ଦୁନିଆକୁ ଲୁଭାଇ
ଆସିଥିଲା ମୋ ପାଶେ
ପାଖରେ ତତେ ଦେଖିବାକୁ, ରହି ନାହୁଁ ଆଉ ତୁହି
ତୁ ବି ନୁହଁ ନିଜର ହୋଇ ପରର ପ୍ରେମିକ ହୋଇ
କବିତା ସୁଅରେ ଛୁଟି ଯାଉ ଆଜି ଅଗଣିତ ଭାବର ଆସ
ଦୁଃଖ ନୁହଁ ମୁଁ ସୁଖ ବି ଲେଖିବି ଭୁଲିଯାଇ କ୍ରୋଧଦ୍ଵେଷ ।।
