STORYMIRROR

Ruksar Begum

Abstract

4  

Ruksar Begum

Abstract

ହୃଦୟ ପରିଭାଷା

ହୃଦୟ ପରିଭାଷା

1 min
205

ହୃଦୟର ଭାଷା ଶୁଣିବାକୁ ରହିନାହିଁ ଆଉ ଏବେ କେହି

ନିଜର ନୁହେଁ ମୁଁ ନିଜେ ମୋର ହେବ କାହିଁ ଆଉ କେହି


କବିତା ସୁଅରେ ଛୁଟି ଯାଉ ଆଜି ଅଗଣିତ ଭାବର ଆଶ

ଦୁଃଖ ନୁହଁ ମୁଁ ସୁଖ ବି ଲେଖିବି ଲୀନ କରି କ୍ରୋଧଦ୍ୱେଷ


ଜୀବନ ଥିଲା

ପ୍ରେମ ବି ଥିଲା

ଥିଲି ନାହିଁ ମୁଁ ମୋ ପାଶେ

ରଙ୍ଗ ବେରଙ୍ଗ ଜୀବନ ନେଇ

ଅମାପ ସ୍ୱପ୍ନ ରାଜି ସଜେଇ

ନିଜ ପାଇଁ ନିଜେ ହସେ


ଅଧର ହସ ଦେଖିବାକୁ ରହି ନାହିଁ ଆଉ ଏବେ କେହି

ହସ ବି ନୁହଁ ନିଜର ହୋଇ ଅତୀତରେ ଯାଇଛି ହଜି


କବିତା ସୁଅରେ ଛୁଟି ଯାଉ ଆଜି ଅଗଣିତ ଭାବର ଆସ

ଦୁଃଖ ନୁହଁ ମୁଁ ସୁଖ ବି ଲେଖିବି ଭୁଲିଯାଇ କ୍ରୋଧଦ୍ଵେଷ


ଆକାଶ ଥିଲା

ବାଦଲ ଥିଲା

ଭିଜି ଥିଲି ତୋ ସାଥେ

ତୋ କେଶ ବାସ୍ନା ପବନ ନେଇ

ସାରା ଦୁନିଆକୁ ଲୁଭାଇ

ଆସିଥିଲା ମୋ ପାଶେ


ପାଖରେ ତତେ ଦେଖିବାକୁ, ରହି ନାହୁଁ ଆଉ ତୁହି

ତୁ ବି ନୁହଁ ନିଜର ହୋଇ ପରର ପ୍ରେମିକ ହୋଇ


କବିତା ସୁଅରେ ଛୁଟି ଯାଉ ଆଜି ଅଗଣିତ ଭାବର ଆସ

ଦୁଃଖ ନୁହଁ ମୁଁ ସୁଖ ବି ଲେଖିବି ଭୁଲିଯାଇ କ୍ରୋଧଦ୍ଵେଷ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract