STORYMIRROR

Ruksar Begum

Abstract Classics Others

3  

Ruksar Begum

Abstract Classics Others

ଜାଣି ନାହିଁ

ଜାଣି ନାହିଁ

1 min
228

ଜାଣି ନାହିଁ ଏ ଜନ୍ମରେ ତୁମକୁ ଆଉ ଦେଖିପାରିବି କି ନାହିଁ

ଜାଣି ନାହିଁ କାଲିର ସେ ପବିତ୍ର ମୁହୂର୍ତ୍ତରେ ଆଉ ବଞ୍ଚିପାରିବି କି ନାହିଁ ।


ମନକୁ ବୁଝାଇ ଦିଏ କହି ଆସନ୍ତା ଜନ୍ମରେ ତୁମକୁ ନିଶ୍ଚୟ ପାଇବି ବୋଲି

ହେଲେ ଜାଣି ନାହିଁ ବହୁ ଜନ୍ମବାଦ ବାସ୍ତବରେ ମଧ୍ୟ କିଛି ରହିଅଛି କି ନାହିଁ ।


ଜାଣି ନାହିଁ ତୁମ ହୃଦୟରେ ମୋ ପାଇଁ ସ୍ଥାନ ରହିଅଛି କି ନାହିଁ

ଜାଣି ନାହିଁ ମୋ ଆତ୍ମା ତୁମ ଆତ୍ମାକୁ ଛୁଇଁ ପାରିଛି କି ନାହିଁ ।


ଖୋଜି ଦେଇଥିଲି ଏ ଜନ୍ମରେ ସିନା ତୁମକୁ ସର୍ବଦା ପରି

ଜାଣି ନାହିଁ ଆଗାମୀ ଜୀବନେ ତୁମକୁ ଆଉ ଖୋଜିପାରିବି କି ନାହିଁ ।


ଜାଣି ନାହିଁ ଛନ୍ଦ କପଟ ଭାବ ମୋ ତୁମ ଲାଗି ତୁମ ପରି ପବିତ୍ର

ଜାଣି ନାହିଁ ଲୋଭ କ୍ରୋଧ ଦ୍ୱେଷ ହୃଦୟରେ ଯେ ଅଛ ତୁମେ ପ୍ରିୟ ।


ଦେବାକୁ ନାହିଁ ମୋ ପାଖେ କିଛି ଖାଲି ମୁହିଁ ଆକାଶ ପରି

ଜାଣି ନାହିଁ କେବେ ହେବ ତୁମ ଆଗମନ ମୋ ଅଗଣାର ଚାନ୍ଦ ହୋଇ ।


Rate this content
Log in

Similar oriya poem from Abstract