STORYMIRROR

Debabrata Mishra

Abstract Inspirational

4  

Debabrata Mishra

Abstract Inspirational

ଭାବଗ୍ରାହୀ

ଭାବଗ୍ରାହୀ

1 min
275

ଭାବ ନାହିଁ ମୋର ଭକ୍ତି ନାହିଁ ଜମା

କେମିତି ଡ଼ାକିବି ତୋତେ ରେ ଜଗା,

ମହିମା ତୋହର କେମିତି ବୁଝିବି

ଅଟେ କିଞ୍ଚିତ ନିମିତ ମୁର୍ଖ ଅଭାଗା,

ବୁଝେଇ ଦେଏରେ ଏ ଛୋଟ ମନକୁ

ଛଟପଟ ହୁଏ ତୋତେ ନ ଡ଼ାକି,

ମହାପାପୀ ମୁହିଁ କି ତପ କରିବି

ମିଛ ଭକ୍ତି ତୋତେ ଦେବିନି ଟେକି,

ଦେଖା ଦରଶନ ଅନ୍ଧ ମୁଁ ମଣିଷ

ଥାଇ ମୋ' ପାଖରେ ଦୁଇଟି ଆଖି,

ସ୍ୱାର୍ଥରେ ବୁଡ଼ିଛି ଲୁହରେ ବଞ୍ଚିଛି

ତଥାପି ତୋ' ମୁଖ ପାରୁନି ଦେଖି,

ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ

ବଡ଼ଦାଣ୍ଡେ ତୋର ଯାତରା ରଥ,

ମହାମାରୀ ପରା ସାଜିଛି ବାଧକ

ଗୁଣ୍ଡିଚା ଯାତ୍ରାରେ ନାହିଁ ଭକତ,

ଟିକିଏ କରୁଣା କର ହେ ଈଶ୍ବର

ଏତେ ହୀନିମାନ କରନି ଆଉ,

ଏମିତି ଜୀବନ ଥାଇ କି ଲାଭ ହେ

ଯଦି କର୍ମଫଳ ଇଏ ମିଳୁ ଥାଉ,

ତୁ ପରା କ୍ଷମାର ବିଶାଳ ସାଗର

ଭାବଗ୍ରାହୀ ବୋଲି ଜଗତେ ଖ୍ୟାତ,

ଦୟାହୀନ ତୋତେ କହୁଛି ଠାକୁର

ବାଧ୍ଯ କରେ ପରା ମନର ଆଘାତ,

ଯାହା ଦଣ୍ଡ ଦେବୁ ଦେରେ କାଳିଆ

କେବେ ବନ୍ଦ ନହେଉ ତୋର ଯାତ,

ଧରମ କାନ୍ଦୁଛି ଏଠି ହସୁଛି ପାପ

ଅସହାୟ କାହିଁକି ତୋ ଦୁଇ ହାତ,

ମୁଁ ସିନା ପାପୀରେ ଡ଼ାକୁନି ପୁଜୁନି

ସଂସାରେ କାହିଁ ସାଧୁ ପାଏ କଷଣ,

ଅନ୍ୟାୟ ଅନୀତି ଦିଶୁନି କି ତୋତେ

ତୁ କାହିଁକି ନୀରବରେ ପାଷାଣ,

ତୋତେ କହିବାଟା ବ୍ୟର୍ଥ ଲାଗଇ

ଭୁଲ୍ ଥିଲେ ଦଣ୍ଡ ଦେବୁରେ ନାଥ,

ଯାହା ପଛେ ହେଉ ଜଗତେ ମିଛ

ତୁ ପରା ଆମ ସତ ଜଗତନାଥ,

ଏତିକି ଗୁହାରୀ ବିନୟେ କରୁଛି

ଏ ହୀନ ଅଧମ ଶବ୍ଦରେ ତୋତେ,

ସହିବାର ସୀମା ଟପିଲେ ଜାଣିବୁ

ବ୍ୟର୍ଥ ଶରୀର ଆତ୍ମା ଛାଡ଼ିବ ସତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract