STORYMIRROR

Sanjya Tripathy

Abstract

4  

Sanjya Tripathy

Abstract

ଅଳସୀ କନ୍ୟା

ଅଳସୀ କନ୍ୟା

1 min
250


ଅନ୍ୟତ ଯୌବନା ମୌସୁମୀର

ରିମଝିମ ବର୍ଷାରେ

ଗୁପଚୁପ୍ ଭିଜୁଥିବା ଅପରୂପା ଝିଅଟି

ଲାଗେ ଏକ ଅବକ୍ଷୟିଷ୍ଣୁ ପ୍ରାଚୀରର ପରିସୀମା

ସେ ହୋଇପାରେ ପୁଷିତା ଅପସରାର ପ୍ରତିରୂପା

ଅବା ନଷ୍ଟ ଗାଧବୀର ପ୍ରତିରୋପିତା ବିଷକନ୍ୟା

ସୌନ୍ଦର୍ଯ୍ୟର ମୁଖଶାଳାରେ ଦିଗଭ୍ରଷ୍ଟ ପ୍ରେମିକା

ରୂପର ପସରା ମେଲେଇ ଜୀଉଁଥୁବା ଅଭିଶପ୍ତ

ଅଂତରଂଗ ଅସହାୟତାକୁ ବିକୁଥିବା ଗଣଧର୍ଷିତା

ନୀଳତୃଷ୍ଣାରେ ଅବଗାହନ ପୂର୍ବକ ଆଖି ମେଲୁଥିବା

ମୋ ଅଳସୀ କନ୍ୟା

ତା କଥାକୁହା ଆଖିର ଈଶାରାରେ ପ୍ରଲ୍ୟବିତ ଗଗନ

ତା ଲାଳୁଆ ହସରେ ବିଦୀର୍ଣ୍ଣ ବସୁଧା

ତା ଅର୍ବ ନିମୀଳିତ ଚକ୍ଷୁଯୁଗଳରେ ଅନଂତ କ୍ଷୁଧା

ଶତାବ୍ଦୀରେ ଗୋଟିଏ ସେ ମୋ ଅଳସୀ କନ୍ୟା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract