STORYMIRROR

Dhaneswar Dash

Abstract

4  

Dhaneswar Dash

Abstract

ଜୀବନର ମହତ୍ତ୍ବ

ଜୀବନର ମହତ୍ତ୍ବ

1 min
158


ଫୁଲ ଗଛଟିର ସୁନ୍ଦରତା ଫୁଲ

ଗଛ ସାରା ଫୁଟିଥିଲେ,

ଫୁଲସବୁ ଅତି ପ୍ରିୟ ହୋଇଥାଏ 

ସେଥିରେ ମହକ ଥିଲେ।


ଫୁଲକୁ ମହତ୍ତ୍ବ ତେବେ ମିଳିଥାଏ 

ଥିଲେ ରମଣୀ ଗଭାରେ,

ପ୍ରେମିକ ଫୁଲଟି ଧରି ପ୍ରେମିକାକୁ 

ପ୍ରୀତି ପରିବେଷଣରେ।


ଫୁଲର ଆଦର ହୋଇଥାଏ ତେବେ

ଗଳାରେ ଲମ୍ବାଇଦେଲେ, 

ଉତ୍ସବରେ ଫୁଲ ଲୋଡା ହୋଇଥାଏ

ଘରକୁ ସଜାଇଦେଲେ।

 

ସାଜସଜ୍ଜା ପାଇଁ ଫୁଲ ପ୍ରୟୋଜନ 

ଭିନ୍ନ ସ୍ଥାନ ବିଶେଷରେ,

ଘର ଶୋଭାପାଏ କୁନି ଫୁଲ ଯଦି

ଖେଳୁଥାଏ ଅଗଣାରେ।


ଅତି ଚମତ୍କାର ଦିଶଇ ମନ୍ଦିର 

ଫୁଲ ଦେବଯୋଗ୍ଯ ହେଲେ

ସେ ଫୁଲକୁ ନେଇ ପ୍ରତିମା ସଜାଇ

ଧୂପ ଦୀପ ଦେଉଥିଲେ।


ଅନ୍ତିମ କାଳରେ ଫୁଲର ମହତ୍ତ୍ବ 

ଶବ ଉପରେ ରହିଲେ

ସ୍ନାନ କର୍ମ ସାରି ମାଳାଟିଏ ଧରି

ବେକରେ ପକାଇଦେଲେ।


ଫୁଲର ଆୟୁଷ ବାର ଘଣ୍ଟା ମାତ୍ର 

ଦୁନିଆକୁ କରେ ତୋଷ,

ମନୁଷ୍ଯ ଜୀବନ ଏତେ ଲମ୍ବା ହୋଇ 

ସଂସାରରେ ଘୋଳେ ବିଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract