STORYMIRROR

Kabiratna Nutan Kumar Behera

Action Classics

4  

Kabiratna Nutan Kumar Behera

Action Classics

ବୁଝିବାର ଅଛି ଏଠି

ବୁଝିବାର ଅଛି ଏଠି

1 min
365

      

ପାଚି ଗଲେ ଗଛର ଯେତେ ପାକଳ ପତ୍ର

ବିନା ପବନର ଆଘାତରେ ବି ଖସେ 

ସମୟାନ୍ତରେ ପ୍ରାକୃତିକ ନିୟମକୁ ନେଇ

ହୋଇଥିଲେ ପର୍ଣ୍ଣମୋଚୀ ଜଳବାୟୁର

ସାରା ଜଙ୍ଗଲର ଗଛ ସବୁ ଦିଅନ୍ତି ପତ୍ରଝଡ଼ା

କୃତ୍ରିମ ଉପଚାର କେବଳ ସାମୟିକ

ରୋକି ହୁଏନା କାଳର କରାଳକୁ

ଇଚ୍ଛା ନଥିଲେ ବି ତାକୁ ମାନିବାକୁ ପଡ଼େ

ସହିବାକୁ ହୁଏ ତା' ଚାପର ପ୍ରକୋପକୁ

ହୋଇ ଥାଉ ସେ ସଜଡ଼ା ଅବା ଅସଜଡ଼ା

ବୁଝିବାର ଅଛି ଏଠି ଜୀବନର ଧାରା

ଆଲୋକ ଅନ୍ଧାରେ ଘଟୁଥିବା ଘନଘଟା

ଦୁଃଖ ସୁଖରେ ଉତ୍ଥାନ ପତନର କ୍ରମ

ଐକିକ ଧାରାର ଲାଭକ୍ଷତି ଗାଣିତିକ ସୂତ୍ର

ଖେଳରେ ହାର୍ ଜିତ୍ ପରି ଲାଗିଛି

ସଫଳତା ବିଫଳତା ପ୍ରତି ପାଦର ଗତିରେ

ବୁଝିବାର ଅଛି ଏଠି ନିଜର ମାନସିକତାକୁ

ସମ୍ପର୍କ ସବୁକୁ ଯୋଡ଼ି ରଖିବାର ପ୍ରବନ୍ଧ

ଅନୁକୂଳରେ ଆଶା ଆକାଂକ୍ଷାର ଆବେଗ

ପ୍ରତିକୂଳରେ ପ୍ରତିପକ୍ଷର ରଣକୌଶଳ

ଶୃଙ୍ଖଳାର ଶାନ୍ତି ଆଉ ସଂଯମତାର ସଶକ୍ତିକୁ

ସ୍ଥାୟୀ ନିଶ୍ଚିତ ଯା' ଲାଗୁଥିଲେ ବି

ଅକସ୍ମାତ୍ ବଦଳି ହୋଇପାରେ କିଛି ବି

ବୁଝିବାର ଅଛି ଏଠି ଅପେକ୍ଷାର ଧୈର୍ଯ୍ୟକୁ

ଦକ୍ଷତା ସାମର୍ଥ୍ୟର କ୍ରିୟା ପ୍ରତିକ୍ରିୟା

ସନ୍ତୁଳିତ ହେଉଛି ଭାରସାମ୍ୟତା ରଖିବାକୁ

ଭବରଙ୍ଗ ଭୂମିର ଏ ଉଠାପକା ଭାରଦଣ୍ଡ

ନିଜ କତ୍ତୃତ୍ଵ ଭିତରେ ବାହାରେ ତାର ପ୍ରଭାବ

ସବୁକୁ ନେଇ ସାଥୀରେ ଯେତିକି ସମ୍ଭବ 

ପାଳିବାକୁ ଟାଳିବାକୁ ବୁଝିବାର ଅଛି ଏଠି।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action