STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଦେହ ଗ୍ରାସିଛି

ଦେହ ଗ୍ରାସିଛି

1 min
237


ବେକରୁ ବିଦାୟ ନେଲା ଓଢଣି

ଓଢଣା ଆଡ଼େଇଲେ ମଥାରୁ

ଅନେକ ଘରର ଘରଣୀ,

ଦୋଷ କାହାକୁ ଦେବା

ଆମେ ତ ଦୋଷୀ 

ଆମ ସମସ୍ତଙ୍କୁ ନେଇ ତ ସମାଜ

ଉପାୟ ଦେଶକୁ ଦିଶୁନି, 


ପାଦ ପାଦରୁ ଆଣ୍ଠୁ 

ଆଣ୍ଠୁରୁ ଜାନୁ ଆଉ ତା' ପରେ କଟି

ପରେ ପରେ ଦିଶିଲା ଉଦର

ସରିନି ଏ ଯାଏ 

ପ୍ରୟୋଗ ହେଲା ନାଭି

ଆଉ ତା'ପରେ ବଢିଚାଲିଲା

ପ୍ରଦର୍ଶନ ଓ ଦର୍ଶନର ମାତ୍ରା, 


ମରିଗଲା ଲାଜ ସରମ ସଙ୍କୋଚ

ଆରମ୍ଭିଲା ମନର ରାଜୁତି

ବିବେକ ବୁଦ୍ଧିକୁ ଦେଇ ଉତ୍କୋଚ, 

ଆବଦ୍ଧ ଅଙ୍ଗ ପ୍ରକାଶିତ

ହୋଇ ଚାଲିଲା 

କୁତ୍ସିତ ମାନସିକତା ଦେଖାଇବାରେ

ଗଣମାଧ୍ୟମ ର କୁବିକାଶ, 


ଟିଭି ଦ୍ୱାରା ପ୍ରଥମେ ଅଧା ଭାଙ୍ଗିଥିବା ଘର

ଆଧୁନିକର ଟିପାଯନ୍ତ୍ରରେ ସମ୍ପୂର୍ଣ୍ଣ ଭାଙ୍ଗିଲା

ସାମାଜିକ ଗଣମାଧ୍ୟମ ର ପଡ଼ିଆରେ

ମଣିଷ ବିଷ୍ଠା ପରସିଲା

ଦେହ ପରସିଲା ଅଙ୍ଗ ପରସିଲା, 

ମୁଁ, ତୁମେ ଓ ସେ ସାଜିଲେ ଗ୍ରାହକ

କିଏ ଟିକେ କିଏ ବେଶି କିଏ ସମ୍ପୂର୍ଣ୍ଣ

ଦେଖ ଦେଖ ରେ

ସମାଜରେ ଦେହ ଗ୍ରାସିଲା, 


ଲାଇକ୍, କମେଣ୍ଟ ର ଦୂର୍ବାର ଲୋଭରେ

ମଣିଷ ବସ୍ତ୍ରହୀନ ଅଙ୍ଗ ବିକିଲା

କିଏ ମୁହଁ ବିକିଲା 

କିଏ ହସ ବିକିଲା

କିଏ ଲୁହ ବିକିଲା

ଏ ଯାଏ ତ ଚଳୁଥିଲା

ଏହା ପରେ କେବଳ 

ଦେହ ଗ୍ରାସିଲା ଦେହ ଗ୍ରାସିଲା, 


ସହରର କିଛି ଉଦ୍ୟାନରେ

ଉଦ୍ୟାନର ଫୁଲଗଛମାନେ ହେଲେଣି ଲଜ୍ଜିତ

କିଛି ଏମିତି ଦୃଶ୍ଯ ଦିଶିଲାଣି

ଚାରିକାନ୍ଥ ଭିତରର ବ୍ୟକ୍ତିଗତ କାର୍ଯ୍ୟ

ସର୍ବ ସମ୍ମୁଖେ ମୁକ୍ତରେ ହେଲାଣି, 


ଟିଭି, ଖବରକାଗଜ, ମୋବାଇଲ୍ 

ବିଜ୍ଞାପନର ବଜାର ଶରୀର ପ୍ରଦର୍ଶନ

ସବୁଠି ଅଧା ପୋଷାକର ଦେହ

ଅଧା ଦେହରେ ପୋଷାକ

କେବେ ପୁଅ କେବେ ଝିଅ

"ପ୍ରେମ" ନାମରେ ଚାଲିଛି

ଦେଖାଶିଖା ଦେହଦେଖା 

ଦେହଭୋଗର ପ୍ରତିଯୋଗୀତା

ସଭ୍ୟତା କାନ୍ଦିଲାଣି ଆମେ ହସୁଛେ

ଯିଏ ବିରୋଧ କଲା ସେ ମଲା, 


ସମୟର ଆହ୍ବାନ

ବାପା ମା' ବିଚଳିତ

ସମାଜ ଏବେ ଆତଙ୍କିତ

ଶିଶୁମାନେ ଅବହେଳିତ

ଦେଖ ଦେଖ ପିଲାମାନଙ୍କୁ

ବଞ୍ଚାଅ ସମାଜ, ରକ୍ଷା କର ଦେଶ

କଳିଯୁଗର ଏ ଭୟଙ୍କର ପ୍ରଭାବ

ହେ ଈଶ୍ବର ରକ୍ଷାକର ! 

ପ୍ରଦର୍ଶନ ର ବଜାରେ 

ଅନେକ ପୁରୁଷ ଓ ନାରୀ ଉଭୟ ଗ୍ରାହକ ସାଜିଲେ

କିଛି ନାରୀ ଅଙ୍ଗଭଙ୍ଗୀ ବିକିଲା

ଦେଖ ଦେଖ ଦେହ ଗ୍ରାସିଲା। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract