STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

ଲେଖା ଓ ଲେଖନୀ

ଲେଖା ଓ ଲେଖନୀ

1 min
390

ଆଗକାଳେ ପିଲେ କଲମ ନଥିଲା

ଲେଖକ ଲେଖନୀ ଧରି

କାଗଜ ନଥିଲା ତାଳପତ୍ରେ ଲେଖି

ଅଳତା ଦିଅନ୍ତି ମାରି ।


ତାଳପତ୍ରେ ଯେବେ ରଙ୍ଗ ଶୁଖିଯାଏ

ଲେଖା ସ୍ପଷ୍ଟ ପଢ଼ି ହୁଏ

କମେ ଲେଖନୀର ବ୍ୟବହାର ଯେବେ

କଲମ ବାହାରିଯାଏ ।


ପୂର୍ବରୁ ବହୁତ ଜ୍ଞାନୀ ଗୁଣୀ କବି

ଲେଖନୀର ସାହାଯ୍ୟରେ

କାବ୍ୟ ଓ କବିତା ତାଳପତ୍ରେ ଲେଖି

ରହିଛନ୍ତି ହୃଦୟରେ ।


ପିଲା ଜନ୍ମ ପରେ ଷଷ୍ଠୀ ପୂଜାରେ ହିଁ

ତାଳପତ୍ର ଲେଖନୀକୁ

ଶିଶୁ ଖଡ଼ି ଛୁଆଁ ବିଦ୍ୟା ଆରମ୍ଭରେ

ପୂଜା କରିଥା'ନ୍ତି ତାକୁ ।


ଜ୍ୟୋତିଷ ପିଲାର ଜାତକ କରନ୍ତି

ତାଳପତ୍ର ଲେଖନୀରେ

ଜନ୍ମ ଓ କୁଣ୍ଡଳୀ ପ୍ରସ୍ତୁତିରେ ପରା

ଲେଖନୀଟି ଦରକାରେ ।


ଲେଖନୀ ଚାଲିଲେ ସାହିତ୍ୟର ସୃଷ୍ଟି

ସାହିତ୍ୟର ଗଙ୍ଗା ବହେ

ସମାଜକୁ ପୁଣି ସୁଶିକ୍ଷା ଦିଅଇ

ସମାଜ ସୁଧୁରିଥାଏ ।


କବି ଓ କବିତା ବଞ୍ଚିରହିଅଛି

କେବଳ ଲେଖନୀ ପାଇଁ

ଲେଖନୀରୁ ସୃଷ୍ଟି ସୁମଧୁର ଲେଖା 

ବିରହେ ସୁଖ ଦିଅଇ ।



Rate this content
Log in

Similar oriya poem from Abstract