STORYMIRROR

Sunanda Mohanty

Abstract Action Classics

4  

Sunanda Mohanty

Abstract Action Classics

ପ୍ରକୃତି ଡାକେ ସଦା ହାତ ଠାରି

ପ୍ରକୃତି ଡାକେ ସଦା ହାତ ଠାରି

1 min
294


ପ୍ରକୃତି କୋଳରେ ଗଛ ଓ ପାହାଡ଼

ପ୍ରକୃତି କୋଳରେ ଝରଣା

ପ୍ରକୃତି କୋଳରେ ପକ୍ଷୀ ବାନ୍ଧେ ବସା

ମଣିଷ ପରି ଘର କରଣା

ପ୍ରକୃତି କୋଳରେ ନଈ ନାଳ ବିଲ ବଣ

କେହି ନୁହଁନ୍ତି ଅରଣା

ପ୍ରକୃତି କୋଳରେ ଅଳସି ଫୁଲ କ୍ଷେତ

ହସେ ପ୍ରକୃତି ଅଗଣା

ପ୍ରକୃତିରେ ଯେତେ କୀଟ ଓ ପତଙ୍ଗ

ରାଣୀ ସାଧବ ବୋହୁ ଓଢଣା

ପ୍ରକୃତିର ଜୀବଜନ୍ତୁ ଯେତେ ହସୁଥାଆନ୍ତି

କେବେ ନୟନା କେବେ ଖୁଲଣା

ପ୍ରକୃତି ମଥାରେ ଆକାଶେ ସୂର୍ଯ୍ୟ ଚନ୍ଦ୍ର

ଧରାରେ ଶୋଭେ ଝରଣା

ପ୍ରକୃତିରେ ଏତେ କୌତୁହଳ ଦେଖି

କବିର ଲେଖନୀ ହୁଏ ଅରଣା

ମଣିଷ ଓ ପ୍ରକୃତି ବନ୍ଧୁ ଭାବାପର୍ଣ୍ଣ ସଦା

କେହି ନୁହଁଇ ବାଟମାରଣା

ଦେଖି ଶୁଣି ଶିଖି ଭାବେ ଲେଖିଯିବି ଭାବ

କେବଳ କାଳିଆଙ୍କ ଏ କରୁଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract