STORYMIRROR

Kshitish Jena

Abstract Action Inspirational

4  

Kshitish Jena

Abstract Action Inspirational

କବିତା ପଠନ

କବିତା ପଠନ

1 min
211


ଭାବିଚିନ୍ତି କବି ଲେଖଇ କବିତା

ଉପଯୁକ୍ତ ଶବ୍ଦ ଯୋଡ଼ି

ସମାଜକୁ ବାଟ ଦେଖାଏ କବିତା

ସମାଜ ହୁଏ ସଜାଡ଼ି ।

କେତେ କଷ୍ଟ କରେ କବିତା ଲେଖାରେ

କବିଟି ପରା ହିଁ ଜାଣେ

କବିତାଟି ଲେଖି ପାଠକ ମନରେ

ଆନନ୍ଦର ମଞ୍ଜି ବୁଣେ ।

ଧନ ଲୋଭ କେବେ କବିର ନଥାଏ

କବିତା କରଇ ଦାନ

କବିତାଟି ପଢ଼ି ବ୍ୟକ୍ତି ସୁଧୁରୁଲେ

ଖୁସି ହୁଏ କବି ମନ ।

ସାହିତ୍ୟ ସମାଜ ଦର୍ପଣ ପରିକା

ନିତିଦିନ ଏହା ପଢ଼

ସମାଜ ସଜାଡ଼ ଭଲ ମଣିଷଟେ

ହେବାକୁ ସେପରି ଗଢ଼ ।

ବେଳେବେଳେ କବି ଏକତ୍ରିତ ହୋଇ

କବିତା ଆସର କରି

ନିଜର କବିତା ସ୍ଵରଲୟତାଳେ

ପଢ଼ନ୍ତି ସେ ମନ ଭରି ।

ଏବେ ଅଧିକାଂଶ ଅନ୍‌ଲାଇନ୍‌ରେ

କବି ନିଜ ଘରେ ବସି

କବିତାକୁ ପଢ଼ି ଶ୍ରୋତା ଓ ନିଜର

ମନକୁ କରନ୍ତି ଖୁସି ।

ସୁବିଧା ସହଜେ ଅବା ବିନାଖର୍ଚ୍ଚେ

ଶ୍ରୋତା ପାଖେ ପହଞ୍ଚଇ

ଅନ୍ ଲାଇନ୍ ରେ କବିତା ପଠନ

ସତରେ ଭଲ ଲାଗଇ ।



Rate this content
Log in

Similar oriya poem from Abstract