ଶୀତ ଆଗମନ
ଶୀତ ଆଗମନ
ଦିନ ଗଡ଼ି ଗଲେ ଲାଗେ ଥଣ୍ଡା ଥଣ୍ଡା
ଧିରେ ଧିରେ ଆସେ ଶୀତ
ଆକାଶୁ ପଡ଼ିବା ଆରମ୍ଭ ହୁଅଇ
ଶିଶିର ବିନ୍ଦୁ ବହୁତ ।
ଅଜାଣତେ ଯଦି କୌଣସି ଜିନିଷ
ପଦାରେ ହିଁ ରହିଯାଏ
କାକର ବିନ୍ଦୁରେ ଓଦା ଜୁଡ଼ୁବୁଡ଼ୁ
ଶୀତଦିନେ ହୋଇଥାଏ ।
କାକର ବିନ୍ଦୁରେ ବଗିଚାର ଗେଣ୍ଡୁ
ଗଛଯେ ସତେଜ ଦିଶେ
ସକାଳ ହୋଇଲେ ଗେଣ୍ଡୁ ଫୁଲ ଭରା
ବଗିଚା ସତେକି ହସେ ।
ରାତିରେ ପ୍ରବଳ ଶୀତ ପଡ଼ୁଥାଏ
ବଜାର ଭିଡ଼ ନଥାଏ
କାମ ସରିଗଲେ ଯେକେହି ଘରକୁ
ଅବିଳମ୍ବେ ଫେରିଯାଏ ।
ରାସ୍ତାକଡ଼େ ଅବା ଛକ ବଜାରରେ
ଶୀତବସ୍ତ୍ର ବିକ୍ରି ହୁଏ
ପିଲା ଠାରୁ ବୁଢ଼ା ଶୀତବସ୍ତ୍ର ପିନ୍ଧି
ଶୀତ କୋପୁ ବର୍ତ୍ତୀ ଯାଏ ।
ଶୀତର କୋପକୁ ନଡ଼ରି କୃଷକ
ବଢ଼ି ସକାଳୁ ବିଲରେ
ଧାନ କାଟୁଥାଏ ଘରଣୀ ପହଞ୍ଚେ
ଚା'ଧରି ତା' ପାଖରେ ।
ଶୀତଦିନେ ପରା ଦେହେ ନାନା ରୋଗ
ହୁଏ ଭାଇ ପରା ଦୂର
ଶୀତଋତୁ ଭଲ ଶୀତ ଆଗମନେ
ହସଇ ସାରା ସଂସାର ।
