STORYMIRROR

Kabiratna Nutan Kumar Behera

Abstract Action Classics

4  

Kabiratna Nutan Kumar Behera

Abstract Action Classics

ପାଚିଲା ଧାନ କ୍ଷେତ

ପାଚିଲା ଧାନ କ୍ଷେତ

1 min
320


ଏକ ଅନନ୍ୟ ସଫଳତାର ମହା ଆନନ୍ଦରେ

ଧାନକେଣ୍ଡାଟିଏ ବିନମ୍ର ଭାବେ ମଥାନତ କରି

ଦିଏ ହୃଦୟରୁ ଭଲ ପାଇବା ଅଜାଡ଼ି 

ଭରିଦିଏ ଅମାପ ତୃପ୍ତି କୃଷକର ଆତ୍ମାରେ

କହେ ହସି ହସି...ତା' ଅନ୍ତରର ଭାବ ପ୍ରକାଶି

ହେ ମୋର ପାଳକ...ପାଣି କାଦୁଅର ମଣିଷ

ମାଟି ସାଥେ ଯୁଝି ଯୁଝି ହାଡ଼ଭଙ୍ଗା ଶ୍ରମ କରି

ନିଗାଡ଼ି ଦେଇ ମୁଣ୍ଡର ଝାଳ ଫଳାଇଛ ମୋତେ

ଡରି ଯାଇନ ତୁମେ ନିଦାଘର ଦାହକୁ

କ୍ଳାନ୍ତିରେ ବିବଶ କରିନ କଙ୍କାଳସାର ଦେହକୁ

ପ୍ରାଣମୂର୍ଚ୍ଛା କରିଛ ମେହନତି ଦେଖାଇ ଛାତି

ହେ ବୀର ପୁଙ୍ଗବ ତୁମେ ଆଜି ଯାଇଛ ଜିତି 

ଦେଖ ଏବେ ନୟନ ତୁମର ନିର୍ଭୟରେ ଖୋଲି

ପାଚିଛି ମୁଁ ଧାନ... କିଆରି ଭରି ମାର୍ଗଶିରରେ

ତୁମରି ପାଇଁ ଚହଟେ ହସେ ଆନନ୍ଦରେ କେତେ

ସୁନାର ଢେଉ ହୁଏ ପାଚିଲା ଧାନ କ୍ଷେତେ

ଧନ୍ୟ ହେ ତୁମେ...ଜାତିର ହୋଇଛ ମେରୁଦଣ୍ଡ

ତୁମ ଶକ୍ତି ସାମର୍ଥ୍ୟକୁ ରଖିଛ ଦୃଢ଼ ଅଖଣ୍ଡ

ରହି ବି ଭୋକିଲା ମେଣ୍ଟାଇବାକୁ ଭୋକର ଦାଉ

ପଛଘୁଞ୍ଚା ଦେଇ ନାହିଁ ଯାହା ବି ହେଉ

ଆସିଛି ବନ୍ୟା ଆସିଛି ବାତ୍ୟା ମହା ମହା ବିପତ୍ତି

ସହି ଯାଇ ସବୁ ଆଖିରୁ ଝରାଇ ଧାର ଧାର ଲୁହ

ରକ୍ଷା କରିଛ ମୋତେ...କରିନ କିଛି ଆପତ୍ତି

ତୁମ ଦାନର ପ୍ରତିଦାନ ହୋଇଛି ମୁଁ ପାଚିଲା ଧାନ

ପାଳକ ହୋଇ ପାଳିଛ...ଏବେ ମୁଁ ପାଳିବି ତୁମକୁ

ସେହି ମୋର ପୁଣ୍ୟ ତୁମ ପ୍ରତି ଅବଦାନ

ରଖିଥିବାରୁ ମୋ ଜୀବନ...ରଖିବି ତୁମ ଜୀବନ

ଫସଲ ରୂପେ ବଢ଼ାଇଛ ମୋତେ ଭବିଷ୍ୟତ କରି

ମୁଁ ତୁମର ପେଟର କ୍ଷୁଧା ଦାଉ ଦେବି ସୁଧାରି

ସ୍ନେହ ଶ୍ରଦ୍ଧା ଦୟା ପ୍ରେମର ବିନିମୟରେ ସଂସାର

ଗଢ଼ିବାକୁ ହୁଏ ଏଠି ଜୀବନ କରି ସରସ ସୁନ୍ଦର

ପାଚିଲା ଧାନ କ୍ଷେତଟିଏ ହୋଇ ମୁଁ ତୁମକୁ

କରାଇ ଦିଏ ସ୍ମରଣ ରେ,ରେ ମାନବଗଣ

ଦେଖି ମୋତେ ଜାଣ...ଶିଖ ଏ ମହତଗୁଣ

ଏ ମୋ ଭଲ ପାଇବାର ଦିଏ ଜ୍ବଳନ୍ତ ପ୍ରମାଣ

ଶ୍ରମ ସାଧାନା କେବେ କାହାରି ହୁଏନା ଅକାରଣ।

           



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract