ପୂର୍ବପୁରୁଷ
ପୂର୍ବପୁରୁଷ
ବାପା ଜେଜେ ବାପାଙ୍କଠାରୁ ଉପରକୁ
ଅଛି ପୂର୍ବର ଯେତେ ଯେତେ ପିଢ଼ି
ସେ ବଂଶର ଅଂଶ ହୋଇ ସଂସାରରେ
ରକ୍ତର ସଂପର୍କକୁ ନେଇ ଜନ୍ମ ଲଭନ୍ତି ସଭିଏଁ
ସେମାନେ ହୋଇଥାନ୍ତି ପୂର୍ବପୁରୁଷ
ତାଙ୍କ ଜୀବନର ସେବା ତ୍ୟାଗ ଆଦର୍ଶ
ହୋଇଥାଏ ଆଭିଜାତ୍ୟ ପରମ୍ପରା
ପରବର୍ତ୍ତୀ ଦାୟାଦଙ୍କର ପ୍ରେରଣାର ଉତ୍ସ
ସୂଚାଇ ଦିଏ ତାହା ପୁରାଣ ଇତିହାସ
ମାଆ କୋଳ ଛାଡ଼ି ହେଲେ ଜଣେ ସାବାଳକ
ଶିକ୍ଷା ଦୀକ୍ଷା ପାଇ ଗୁରୁ ଗୁରୁଜନଙ୍କଠୁ ଶୁଣି
ହୋଇଥାଏ ସ୍ଵତଃ ପ୍ରବୃତ୍ତ ଅନୁପ୍ରାଣିତ
ରକ୍ତର ସଂପର୍କେ ବଂଶର ଗର୍ବ ଗୌରବ
ରଖିବାକୁ ଅକ୍ଷୁର୍ଣ୍ଣ କରିଥାଏ ତାର ଉଦ୍ୟମ
ଯେଉଁ ପଥେ ପିତା ପ୍ରପିତା ଥିଲେ ଅନୁରାଗୀ
ସେ ପଥକୁ ଲକ୍ଷ୍ୟ ରଖି ଚାଲେ ଜୀବନ ଯାକ
ରଖିବାକୁ ତାଙ୍କ ସମ୍ମାନ ସ୍ଵାଭିମାନର ଟେକ
ସେ ପ୍ରକାରେ ଗଢ଼େ ନିଜର ଘର ପରିବାର
ପୂର୍ବପୁରୁଷଙ୍କର ରହିଥାଏ ସଦା ଆଶୀର୍ବାଦ
ପୂଜ୍ୟପୂଜା କରି ସେ ପ୍ରତିଭା ପ୍ରକାଶେ
ସମାଜକୁ ନିଏ ପ୍ରଗତି ଅଗ୍ରଗତିର ସୁପଥେ
ତାଙ୍କ ମହନୀୟ ଗୁଣ ଅମର କୀର୍ତ୍ତିରାଜି
ଅନୁସନ୍ଧାନ କରି ନୂଆ ଉପାୟ ପାଏ ଖୋଜି
ତାଙ୍କ ପଦାଙ୍କ ଅନୁସରଣ କରି ହୁଏ ଯୋଗ୍ୟ
ଗଢ଼େ ନିଜ ପ୍ରଚେଷ୍ଟାରେ ନିଜର ଭାଗ୍ୟ
ପୂର୍ବପୁରୁଷ ନଥିଲେ ବି ପାଶେ ସଶରୀରରେ
ଥାଏ ତାଙ୍କ ଗାଥା ଯେତେ ଶ୍ରୁତି ହୋଇ ବଂଶରେ
ସେ ଶ୍ରୁତିର ସ୍ମୃତିସବୁ ଆଣିଦିଏ ପରିଚୟ
ଯେଉଁ ପରିଚୟେ ମାନବ କାଟେ ତାର କାଳ
ଋତୁଚକ୍ର ପରି ଏ ଚାଲିଥାଏ ବଂଶାନୁକ୍ରମିକ
ଆଜିର ମଣିଷ ବି ତାର ଜୀବନର ଶେଷେ
ହୋଇ ଯାଏ ପୁଣି କାହାର ପୂର୍ବପୁରୁଷ
ଗଛଲତା ଭଳି ନିଜ ନିଜ ଗୁଣ ସ୍ଵଭାବେ
ଦିଏ ଯେମିତି ସାରା ସଂସାରକୁ ଦାନ ପ୍ରତିଦାନ
ମଣିଷ ବି ତଦୃପ ଦେଇଥାଏ ତାର ଭାବେ
ହୁଏ ଯେବେ କିଛି କ୍ରମରେ ତାର ବ୍ୟତିକ୍ରମ
ଆସେ ବିପତ୍ତି ସମାଜ ହୁଏ ନିମ୍ନମୁଖୀ
ଦେଖାଯାଏ ବିଦ୍ରୋହ ଜଳେ ବିପ୍ଳବର ବହ୍ନି
ଘାତ ପ୍ରତିଘାତେ ବହୁ ଆସେ ପୁଣି ସଂସ୍କାର
ପୂର୍ବପୁରୁଷଙ୍କର ନ୍ୟାୟ ନୀତି ମହତଗୁଣ
ପାଳି ଚାଲୁଥିଲେ ସୁରକ୍ଷିତ ରହିଥାଏ ପ୍ରାଣ।
