STORYMIRROR

Kabiratna Nutan Kumar Behera

Action Classics Inspirational

4  

Kabiratna Nutan Kumar Behera

Action Classics Inspirational

ପୂର୍ବପୁରୁଷ

ପୂର୍ବପୁରୁଷ

1 min
322


ବାପା ଜେଜେ ବାପାଙ୍କଠାରୁ ଉପରକୁ

ଅଛି ପୂର୍ବର ଯେତେ ଯେତେ ପିଢ଼ି

ସେ ବଂଶର ଅଂଶ ହୋଇ ସଂସାରରେ

ରକ୍ତର ସଂପର୍କକୁ ନେଇ ଜନ୍ମ ଲଭନ୍ତି ସଭିଏଁ 

ସେମାନେ ହୋଇଥାନ୍ତି ପୂର୍ବପୁରୁଷ

ତାଙ୍କ ଜୀବନର ସେବା ତ୍ୟାଗ ଆଦର୍ଶ 

ହୋଇଥାଏ ଆଭିଜାତ୍ୟ ପରମ୍ପରା

ପରବର୍ତ୍ତୀ ଦାୟାଦଙ୍କର ପ୍ରେରଣାର ଉତ୍ସ

ସୂଚାଇ ଦିଏ ତାହା ପୁରାଣ ଇତିହାସ

ମାଆ କୋଳ ଛାଡ଼ି ହେଲେ ଜଣେ ସାବାଳକ

ଶିକ୍ଷା ଦୀକ୍ଷା ପାଇ ଗୁରୁ ଗୁରୁଜନଙ୍କଠୁ ଶୁଣି

ହୋଇଥାଏ ସ୍ଵତଃ ପ୍ରବୃତ୍ତ ଅନୁପ୍ରାଣିତ

ରକ୍ତର ସଂପର୍କେ ବଂଶର ଗର୍ବ ଗୌରବ

ରଖିବାକୁ ଅକ୍ଷୁର୍ଣ୍ଣ କରିଥାଏ ତାର ଉଦ୍ୟମ 

ଯେଉଁ ପଥେ ପିତା ପ୍ରପିତା ଥିଲେ ଅନୁରାଗୀ

ସେ ପଥକୁ ଲକ୍ଷ୍ୟ ରଖି ଚାଲେ ଜୀବନ ଯାକ

ରଖିବାକୁ ତାଙ୍କ ସମ୍ମାନ ସ୍ଵାଭିମାନର ଟେକ

ସେ ପ୍ରକାରେ ଗଢ଼େ ନିଜର ଘର ପରିବାର

ପୂର୍ବପୁରୁଷଙ୍କର ରହିଥାଏ ସଦା ଆଶୀର୍ବାଦ

ପୂଜ୍ୟପୂଜା କରି ସେ ପ୍ରତିଭା ପ୍ରକାଶେ 

ସମାଜକୁ ନିଏ ପ୍ରଗତି ଅଗ୍ରଗତିର ସୁପଥେ 

ତାଙ୍କ ମହନୀୟ ଗୁଣ ଅମର କୀର୍ତ୍ତିରାଜି

ଅନୁସନ୍ଧାନ କରି ନୂଆ ଉପାୟ ପାଏ ଖୋଜି

ତାଙ୍କ ପଦାଙ୍କ ଅନୁସରଣ କରି ହୁଏ ଯୋଗ୍ୟ

ଗଢ଼େ ନିଜ ପ୍ରଚେଷ୍ଟାରେ ନିଜର ଭାଗ୍ୟ

ପୂର୍ବପୁରୁଷ ନଥିଲେ ବି ପାଶେ ସଶରୀରରେ

ଥାଏ ତାଙ୍କ ଗାଥା ଯେତେ ଶ୍ରୁତି ହୋଇ ବଂଶରେ

ସେ ଶ୍ରୁତିର ସ୍ମୃତିସବୁ ଆଣିଦିଏ ପରିଚୟ

ଯେଉଁ ପରିଚୟେ ମାନବ କାଟେ ତାର କାଳ

ଋତୁଚକ୍ର ପରି ଏ ଚାଲିଥାଏ ବଂଶାନୁକ୍ରମିକ

ଆଜିର ମଣିଷ ବି ତାର ଜୀବନର ଶେଷେ

ହୋଇ ଯାଏ ପୁଣି କାହାର ପୂର୍ବପୁରୁଷ

ଗଛଲତା ଭଳି ନିଜ ନିଜ ଗୁଣ ସ୍ଵଭାବେ

ଦିଏ ଯେମିତି ସାରା ସଂସାରକୁ ଦାନ ପ୍ରତିଦାନ

ମଣିଷ ବି ତଦୃପ ଦେଇଥାଏ ତାର ଭାବେ

ହୁଏ ଯେବେ କିଛି କ୍ରମରେ ତାର ବ୍ୟତିକ୍ରମ

ଆସେ ବିପତ୍ତି ସମାଜ ହୁଏ ନିମ୍ନମୁଖୀ

ଦେଖାଯାଏ ବିଦ୍ରୋହ ଜଳେ ବିପ୍ଳବର ବହ୍ନି

ଘାତ ପ୍ରତିଘାତେ ବହୁ ଆସେ ପୁଣି ସଂସ୍କାର

ପୂର୍ବପୁରୁଷଙ୍କର ନ୍ୟାୟ ନୀତି ମହତଗୁଣ

ପାଳି ଚାଲୁଥିଲେ ସୁରକ୍ଷିତ ରହିଥାଏ ପ୍ରାଣ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action