STORYMIRROR

Ajit Kumar Raut

Action

4  

Ajit Kumar Raut

Action

ହେ ଶୀତ

ହେ ଶୀତ

1 min
258


ଚାରି ଆଡ଼େ ଦିଶେ କୁହୁଡି କୁହୁଡି ଯହିଁ ମାର୍ଗଶିର ମାସେ,

କମ୍ପୁଥାଏ ଦେହ ଭୟଙ୍କର ଶୀତେ

ବୃଦ୍ଧଙ୍କ ଯନ୍ତ୍ରଣା ଦିଶେ ।

ସୂର୍ଯ୍ୟଙ୍କ କୀରଣ ନପଡେ ଧରାରେ କୁହୁଡି ତହିଁ ପଡ଼ିଛି,

ଗାଆଁ ଶୀତ ଦିନେ ଶୀତେଇ ତାଣ୍ଡବ

କଷ୍ଟହିଁ ଅତି ଦେଉଛି।

ସକାଳେ ସନ୍ଧ୍ୟାରେ ଅଗ୍ନିର ଆଶ୍ରୟ ଗାଆଁ ଗହଳିରେ ଯହିଁ,

ବସିଥାନ୍ତି ବୃଦ୍ଧା ଶୀତର ଡ଼ରରେ

ଶିତେଇ ପବନ ତହିଁ।

ଗାଆଁରେ ସନ୍ଧ୍ୟାରେ ହରିଙ୍କ କୀର୍ତ୍ତନ ଘୁଞ୍ଚି ଯାଏ କିଛି ଶୀତ,

ଶୀତୁଆ ପବନ ନ ପାରେଟି ଭେଦି

ନ ରହେଟି ତହିଁ ଶୀତ।

ମାର୍ଗଶିର ପରେ ଆସିବରେ ପୌଷ କମ୍ପିତ ହେଉଛି ଦେହୀ,

ଶୀତେଇ ପବନ ଯନ୍ତ୍ରଣା ଦେଏଟି

ବଡ଼ କଷ୍ଟକର ସେହି।

ଗରିବ ଜନତା ରୁହନ୍ତି ଗାଆଁରେ ଗରମ ପୋଷାକ ନାହିଁ,

ମନ ବିଚଳିତ ଚିନ୍ତିଣ ଭବିଷ୍ୟ

ଡ଼ର ମାଡୁ ଥାଏ ତହିଁ।

କୃଷକେ ଦେଖିଣ ମନ ଆନନ୍ଦିତ କୃଷକେ ନାହିଁଟି ଚିନ୍ତା,

ପରିଶ୍ରମେ ମନ କାର୍ଯ୍ୟେ ଅବିରତ

ଫସଲ ସଂଗ୍ରହେ ଚିନ୍ତା।

ପରିଶ୍ରମ ପରା ଜୀବନର ଧନ ନାହିଁ ଶୀତ ଖରା ବର୍ଷା,

ଶୀତ ରୂର ହେବ ପରିଶ୍ରମ ବଳୁ

କାର୍ଯ୍ୟ ପରା ଶୀତ ବର୍ଷା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action