STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମନର ଭାବନା

ମନର ଭାବନା

1 min
233


ବହେ ମହୋଦଧି ନିତ୍ଯ ଦିବା ରାତ୍ର

 ପଲକ ପଡେନି ଅପଲକ ନେତ୍ର

      କେ ଦେଖିବ ଆସ

      ଆପେ ହେବ ବଶ

ପୁଣ୍ୟ ନୀଳାଚଳ କରିଲେ ପ୍ରବେଶ।

ବାଇଶି ପାହାଚ ଅତିକ୍ରମ କରି

ବୁଲି ବୁଲି ଦେଖ ଶ୍ରୀମନ୍ଦିର ଶିରୀ

    ମନେ ଆସେ ଭକ୍ତି

     ସୃଷ୍ଟି ଅସରନ୍ତି

ସୃଷ୍ଟି କର୍ତ୍ତା ପାଖେ ନଇଁ ଯାଏ ମତି।

ଜଗନ୍ନାଥ ସ୍ଵାମୀ ଜଗତ ଠାକୁର

ଭ୍ରାତା ବଳଭଦ୍ର ସାଥିରେ ତୁମର

    ମଧ୍ୟରେ ସୁଭଦ୍ରା

    ନ ଥାଏ ତ ନିଦ୍ରା

ସୁଦର୍ଶନ ଚକ୍ର ଆୟୁଧ ଯାହାର।

ସତ୍ୟ ଶାନ୍ତି ପାଇଁ ନେଇ ଅବତାର

ଧର୍ମ ସ୍ଥାପନାରେ ବାନା ଫର ଫର

     ପତିତ ଉଦ୍ଧାର

     ଏକା ଧର୍ମ ସାର

ବଡ ଦାଣ୍ଡେ ବଡ ରଥର ଠାକୁର।

ନୀଳାଚଳ ଧାମ ଶିଖାଇଛି ସର୍ବେ

ସମର୍ପଣ ଭାବ ଦର୍ପ ଦଳି ଭବେ

    ଆସେ ଉତ୍ତରଣ

    ବହେ ସମୀରଣ

ମୋ ମନ ଭାବନା ହେବକି ପୂରଣ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action