STORYMIRROR

Chittaranjan Nanda

Tragedy Action Others

4  

Chittaranjan Nanda

Tragedy Action Others

ମନରେ ଦରବୃଦ୍ଧି ନ ଛୁଏଁ କିଆଁ

ମନରେ ଦରବୃଦ୍ଧି ନ ଛୁଏଁ କିଆଁ

1 min
308


ଲକ୍ଷ୍ମୀ ମାତାଙ୍କର ପ୍ରିୟ ଅଟେ ମାର୍ଗଶୀର 

ମାସ ଗୁରୁବାର

ପୂଜୁଛେ ସରବେ ଭକତି ମନରେ, ଦାରିଦ୍ର୍ୟ 

ହୋଇବ ଦୂର |୧|


ସମସ୍ତଙ୍କର ମନରେ ଅଛି, ମା କୃପା ଅଟେ 

ଅମୃତର ରସ

ବିରାଜିବେ ମାତା ଘର ଅଗଣାରେ ପ୍ରକାଶି 

ତାଙ୍କରି ଯଶ |୨|


ଆମର ଅଶାନ୍ତ ମନ ଶାନ୍ତ ହୋଇବ ଧନଲକ୍ଷ୍ମୀ 

ବୃଦ୍ଧି ହୋଇ

ଭେଦ ଭାବ ଘୃଣା ସୃଷ୍ଟି ନକରନ୍ତି ସେ ଜାତି 

ଅବା ଧର୍ମ ନେଇ |୩|


ଆଚାର ଭଲ ହେଲେ ଲକ୍ଷ୍ମୀ ତା ପାଖରେ ସଦା 

ଠିଆ ହୁଅନ୍ତି 

ମଣିଷ, ବିଚାର ବଳରେ ସମାଜେ କେବଳ ପଣ୍ଡିତ 

ବୋଲାନ୍ତି |୪|


ଆଚରଣ ଯାର ଶୁଦ୍ଧ ପୁତ ତାହାର ଜୀବନର 

ପଥ ସରଳ

ଉତ୍ତମ କର୍ମ କର୍ତ୍ତବ୍ୟ ସମ୍ପାଦନେ, ସେ ପାଏ 

ଉତ୍ତମ ଫଳ |୫|


ସତ୍ୟ ନ୍ୟାୟ ପଥେ ସାଧୁତା କର୍ମେ ସଦା କାଳେ 

ଲାଗି ଥାଏ

କାହାକୁ ନଡରି, ନିର୍ଭୟେ ଅନ୍ୟାୟ ବିରୁଦ୍ଧେ 

ଅବିରତ ଲଢ଼ିଥାଏ |୬|


ଭଲ କଅଣ ମନ୍ଦ କେଉଁଟା, ବିଚାରରେ ସେ 

ମଣିଷ ବୁଝି ପାରଇ 

ଅସାଧ୍ୟ ବୋଲିଣ କଥା ତା ଜୀବନେ କେବେ 

କେଉଁ କାର୍ଯ୍ୟ ନଥାଇ |୭|


ଆଜିର ସମାଜେ ରାବଣ ପଲ ଦିଅନ୍ତି ଲମ୍ବା 

ଲମ୍ବା ଭାଷଣ 

ରାମ ନାମେ ଆଜି ବେପାର ଚାଲେ ଟଙ୍କା 

ସବୁ କିଛି ଜାଣ |୮|

 

ଲୁଟି ନିଅନ୍ତି ଆମର ସୁଖ ଯିଏ ସେମାନଙ୍କୁ 

କାହୁଁ ଜାଣୁଛେ

ନେତା ମନ୍ତ୍ରୀଙ୍କର ନିର୍ବାଚନ ଭାଷଣରେ ତ 

ଭାସି ଯାଉଛେ |୯|


ପେଟ୍ରୋଲ ଡିଜେଲ ଅନ୍ୟ ଜନିଷ ଆକାଶ 

ଛୁଆଁ ଦରବୃଦ୍ଧି ଦେଖ

ପକେଟରୁ ଆମର ଧନ ଲୁଟି ନିଅନ୍ତି, କୁହ 

କେମିତି ଆସିବ ସୁଖ |୧୦|


ଅନ୍ୟାୟ ଶୋଷଣ ଚାଲେ ଦିବା ରାତି 

ଶୋଷକ କରୁଛି ଶାସନ

ନାରୀର ଇଜ୍ଜତ ଲୁଟେ ଯିଏ ପାର୍ଲ୍ୟାମେଣ୍ଟ

ରେ ଦିଏ ବଡ ଭାଷଣ |୧୧|


ସ୍ୱାଧୀନତାର ସ୍ୱାଦ ପାଇବା କେମିତି, ନେତା 

ଖାଲି ଭାଷଣପ୍ରବର

ମନେ ପ୍ରଶ୍ନ ଉଠୁନି, ଧାଇଁଛେ ଆମେ, ଗୋଡାଣିଆ 

ପ୍ରକୃତି ଆମର |୧୨|


ସ୍ୱାଧୀନତାର ଲକ୍ଷ୍ୟ ଆଜି ପଥଭ୍ରଷ୍ଟ, ଗରିବ 

ଖୋଜୁଛି ରାହା ସାହା

ନୀତି ନୈତିକତା ନାହିଁ କିଛି, କିପରି ଧରୁଛ 

ଭାରତ ମାତାର ନାଆଁ |୧୩|


ଜାଣି ପାରୁନି ଆମେ ଶାନ୍ତ ଚିତ୍ତରେ କିପରି 

ହୋଇଛେ ଖାଲି ଠିଆ 

କିପରି ଲାଜ ଲାଗୁନି ଆମକୁ, ମନରେ ଦରବୃଦ୍ଧି 

ଆମକୁ ନଛୁଏଁ କିଆଁ |୧୪|


ଆଖି କୋଣେ ଲୁହ ଥାଇ କେମିତି ଋତୁ ପରେ 

ଋତୁ ବିତାଉଛ

ଦୁଃଖ ଦୂର୍ଦ୍ଦଶା ଭରୁଛି ଯିଏ ନିତିଦିନ ଆମକୁ, 

ତା କଥା କେମିତି ଶୁଣୁଛ |୧୫|



Rate this content
Log in

Similar oriya poem from Tragedy