STORYMIRROR

Kabiratna Nutan Kumar Behera

Children Stories Action Inspirational

4  

Kabiratna Nutan Kumar Behera

Children Stories Action Inspirational

ମୁଁ ବି ହେବି ସମର୍ଥ

ମୁଁ ବି ହେବି ସମର୍ଥ

1 min
287


ସୃଷ୍ଟିକର୍ତ୍ତା ମହାପ୍ରଭୁଙ୍କର ଏ ସୁନ୍ଦର ସଂସାରରେ

ନୁହେଁ ମୁଁ ଅବାଞ୍ଛିତ ଅଲୋଡା କି ହେୟ

ନିଜକୁ ମଣିବି ନାହିଁ କେବେ ଅସହାୟ ଅଯୋଗ୍ୟ

ହୋଇ ପାରେ ମୁଁ ଏକ ଦିବ୍ୟାଂଗ ସମାଜରେ

ତଥାପି ମୋ ଭିତରେ ଅଛି ପାରିବା ପଣିଆଁ ଶକ୍ତି

ସୁନ୍ଦର କରି ଜୀବନ ଗଢ଼ିବାକୁ ମୁଁ ବି ହେବି ସମର୍ଥ

କେଉଁ ପ୍ରାରବ୍ଧ ପାଇଁ ପ୍ରଭୁ କରିଛନ୍ତି ମୋର ଊଣା

ତା' ମୁଁ ଜାଣେନା...ଯା' ବି ଦେଇଛନ୍ତି ବୁଝି ବିଚାରି

ତାଙ୍କର ଦାନକୁ ଶ୍ରଦ୍ଧା ଭକ୍ତିରେ କରିଛି ଗ୍ରହଣ

ତାଙ୍କରି ପାଦତଳେ ନିଜକୁ କରିଛି ସମର୍ପଣ

ଚାଲିବାକୁ ଦେଖାଇବେ ସୁପଥ ଦେଇ ଦିବ୍ୟଜ୍ଞାନ

ତାଙ୍କରି ଆଶ୍ରୟରେ ରହି ନିଜକୁ ମଣିବି ମୁଁ ଧନ୍ୟ

ମୋ ଅନ୍ତର ଭିତରେ ଦେଇଛନ୍ତି ଯେଉଁ ପ୍ରତିଭା

କରିବାକୁ ତାର ପରିପ୍ରକାଶ ମୁଁ ବି ହେବି ସମର୍ଥ

ମୋ ଆଗରେ ଉଭା ହୋଇଛି ପ୍ରଭୁଙ୍କର ବିଶ୍ବ ବ୍ରହ୍ମାଣ୍ଡ

ଅଛନ୍ତି ପିତା ମାତା ଭାଇ ବନ୍ଧୁ ସଖା କୁଟୁମ୍ବ

ଅଛି ପୁଣି ମାନବ ସମାଜ କରିବାକୁ ସହଯୋଗ

ହୃଦୟର ଅନୁରାଗେ ଆକର୍ଷି ଆଣିବି ମୋ ସୌଭାଗ୍ୟ

ଭାବିବି ନାହିଁ ନିଜକୁ ହୀନ ନଗଣ୍ୟ ଅବା ତୁଚ୍ଛ

ମନ ପ୍ରାଣକୁ ମୋର ରଖିଥିବି ପବିତ୍ର ନିର୍ମଳ ସ୍ବଚ୍ଛ

ମୋ ଲାଗି ସମ୍ଭବ ଯା' କରିବି ହୋଇ ଏକନିଷ୍ଠ

ମୋ ଭିତରେ ବି ବିଦ୍ୟମାନ ପରଂବ୍ରହ୍ମ ପୁରୁଷୋତ୍ତମ

ଦିଅନ୍ତି ପ୍ରେରଣା ଯୋଗାନ୍ତି ଇନ୍ଧନ କରନ୍ତି ଆହ୍ଵାନ

ମୋ ପରି ବହୁ ଦିବ୍ୟାଂଗ ସମାଜର ବିଭିନ୍ନ କ୍ଷେତ୍ରରେ

ଅଛନ୍ତି ଆଜି ଆଗରେ ଅର୍ଜି କେତେ ସଫଳତା

ମୋ ଭିତରର ସମ୍ଭାବନା ସଫଳ କରିବାକୁ 

ପାଇଲେ ସହାନୁଭୂତି ଅନୁକମ୍ପା ମୁଁ ବି ହେବି ସମର୍ଥ

ମୋ ମନ ପ୍ରାଣରେ ଅଛି ଦୃଢ଼ ବିଶ୍ଵାସ ଭରସା

ସବୁରି ସ୍ନେହ ଶ୍ରଦ୍ଧା ପାଇଲେ ପୂର୍ଣ୍ଣ ହେବ ମୋ ଆଶା

ମହାପ୍ରଭୁଙ୍କୁ ମାଗୁଣି ମାନବ ଭାଇମାନଙ୍କୁ ଗୁହାରି

ମୋତେ ଭାବନ୍ତୁ ନାହିଁ କେହି ଦୁର୍ବଳ କି ଅକ୍ଷମ

ହେଲେ ବି ଦିବ୍ୟାଂଗ ଭିନ୍ନକ୍ଷମ ସବୁରି ପରି ମୁଁ ବି

ଏ ସଂସାରର ସୁନ୍ଦର କାନନରେ ଫୁଟା ଫୁଲଟିଏ

ଆଦର ଯତ୍ନରେ ମୋତେ କଲେ ଉଚ଼ିତ ବ୍ୟବହାର

ମୋର ସ୍ଵାଭିମାନ ରଖିବାକୁ ମୁଁ ବି ହେବି ସମର୍ଥ ।

            



Rate this content
Log in