STORYMIRROR

DR PRASANTA KUMAR BISWAL

Drama Classics Inspirational

3  

DR PRASANTA KUMAR BISWAL

Drama Classics Inspirational

ନିଖୁଣ ଅଭିନୟ

ନିଖୁଣ ଅଭିନୟ

1 min
170


ବିଶ୍ବ ଏକ ମହାନ ରଙ୍ଗମଞ୍ଚ, 

ଅନ୍ତହୀନ ଆଧିଭୌତିକ ମହାନାଟକର

ଲେଖକ,ପ୍ରଯୋଜକ, ନିର୍ଦ୍ଦେଶକ, 

ବିଶ୍ବନିୟନ୍ତା ଈଶ୍ବର, 

ମଣିଷ ଅଭିନେତା,

ଦରକାର ଅଭିନୟର ନିପୁଣତା,

ଅଦୃଶ୍ଯ ରହସ୍ୟମୟ ଗ୍ରୀନରୁମ୍

ରୁ ଅଭିନେତାଙ୍କ ଆଗମନ

କେଉଁ ଅଜଣା ସଂସାରକୁ ପ୍ରସ୍ଥାନ

କିନ୍ତୁ ଅଭିନେତାଙ୍କୁ ଏସବୁ ଅଜ୍ଞାତ।

ସ୍ଥାନକାଳପାତ୍ର,ଯେତେ

ସଂଯୋଗ ବିଯୋଗ ଗାଣିତିକ ସୂତ୍ର, 

ଏସବୁ ପୂର୍ବ ବିଧିବ୍ଯବସ୍ଥା ମାତ୍ର ।

ନିଶବ୍ଦ ନିର୍ଦ୍ଦେଶକଙ୍କ ସଙ୍କେତ କେବଳ,

ଆପଣା ଅଭିନୟର ସଫଳ ରୂପାୟନ ,

ମାତ୍ର ତାଙ୍କ ଇଚ୍ଛାରେ ହୁଏ ଚରିତ୍ର ଚୟନ।

କେବେବି ମିଳେନି କ୍ଷମା

ଅସଫଳ ଚରିତ୍ର ଚିତ୍ରଣ ଲାଗି ।

ସମର୍ଥ ଅସମର୍ଥ,ରାଜା ରଙ୍କ,

ଚରିତ୍ର ମିଳିବାର କାରଣ ,

ନୁହଁଇ ବିବଦମାନ ।

ଅଭିନୟାନୁସାରେ ଅବା କର୍ମାନୁସାରେ ହୁଏ ଜନମ,

ବିଚାରକ ତ ସେହି ଜଗତଜ୍ଜୀବନ।

ଉତ୍କର୍ଷ ଅପକର୍ଷର ପୁରସ୍କାର ଅବଶ୍ଯ ହୁଏ ବିତରଣ।

ଅର୍ଜୁନ, ସର୍ବଶ୍ରେଷ୍ଠ ଧନୁର୍ଦ୍ଧର,

ମହାଭାରତ ଯୁଦ୍ଧରେ

 ଉପନୀତ ମାନସିକ ଦ୍ବନ୍ଦରେ ସେ,

 ଲାଭକ୍ଷତିର ଗାଣିତିକ ସୂତ୍ରରେ 

ଅବା ବାଣିଜିକ ନ୍ଯାୟରେ-

 ଲାଭ ଅବା କ୍ଷତି କଣ ଆତ୍ମୀୟଙ୍କୁ ମାରି?

ଆପଣା ନାଟ୍ଯ ରଚି ଅଭିନୟକରି,

ଉତ୍ପନ୍ନ ପରିସ୍ଥିତିରେ 

 ହୃଦୟ ତାଙ୍କର ଯାଇଥିଲା ଚିରି।

ମାତ୍ର ସଖା କୃଷ୍ଣଙ୍କ ସଫଳ ଅଭିନୟରେ

ସିଦ୍ଧାନ୍ତ ପାଇଥିଲେ ଧନଞୟ ।

ଫଳାଫଳ ଅଭିନେତାର ନୁହଁଇ ଅଧିନ।

ଖାସ୍ ନିଖୁଣ ଅଭିନୟ ଆଉ ସଠିକ କର୍ମ ସମ୍ପାଦନ।

ଜୀବ ଠାରୁ ଜଗତ ହୁଅନ୍ତି

ଅଦେଖା ହାତରେ ସବୁ ଆତଯାତ।

ମଣିଷକୁ ଛାଡିଲେ

ଅଭିନୟରେ ସକଳ ଦକ୍ଷ 

ପ୍ରାଣୀ ଜଗତ ।

ସବୁ ମଣିଷପଣିଆ ଆଜି ଅନ୍ତର୍ହିତ,

ଯେତେ ଜାନ୍ତବ ପ୍ରକୃତି,ପାଶବିକ ଅତ୍ଯାଚାର,

ଅମଣିଷ,କୁକୁର,ପଶୁଆଦି ନାମରେ ସମ୍ବୋଧିତ ।

ଜନ୍ମ-ମୃତ୍ଯୁ,ଆରମ୍ଭ-ଶେଷ,ଆଗମନ- ପ୍ରସ୍ଥାନ

ଆପେକ୍ଷିକ ଶବ୍ଦ ମାତ୍ର ଏ ଜୀବନ,

ପୁନର୍ବାର ଜନ୍ମ ପୁନର୍ବାର ମରଣ

ଜନନୀ ଜଠରେ ଶୟନ,

କେବଳ ଆବଶ୍ଯକ

ଅଭିନୟର ବିଚାର ବିଶ୍ଳେଷଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama