STORYMIRROR

Sarojini Mishra

Tragedy

3  

Sarojini Mishra

Tragedy

ନିଜକୁ ନିଜର ପ୍ରଶ୍ନ

ନିଜକୁ ନିଜର ପ୍ରଶ୍ନ

1 min
165


ଆକାଶର ପ୍ରଶସ୍ତ ଛାତିରେ 

ତାରାଫୁଲ ମାନଙ୍କର ଭିଡ଼

ତା ମଧ୍ୟରେ ଚନ୍ଦ୍ରମାର 

ଧରଣୀ ଧୌତ କିରଣ ତଳେ

ମୋର ଅବଶ ଦେହଟା ।

ଆଉ ମୁଁ - 

ଆଉ ମୁଁ ଜୀବନର ଶେଷ ପ୍ରହରରେ

ପ୍ରଶ୍ନିଳ ମଣିଷ ଟିଏ

ନିଜ ପାଖେ ଖୋଜୁ ଅଛି

ନିଜର ପ୍ରଶନ ।


ମୁଁ ପ୍ରଶ୍ନିଳ ମଣିଷଟିଏ

ନିଜର ଫଳନ୍ତି ସମୟକୁ

ବାଣ୍ଟି ହେଲା ପରେ

ଅପାରଗ ମୋହର ଟା

କେମିତି ବାଜିଗଲା ଭାବୁଛି ।


ଅନ୍ୟ ମାନଙ୍କୁ ବୁଝୁ ବୁଝୁ

ନିଜକୁ ଭୁଲି ଯିବାର ମୋହ

ନିଜକୁ ଅଗ୍ରାଧିକାର ନ ଦେବାର ଅଭ୍ୟାସ

ସବୁ କଣ ଭୁଲ୍ ଥିଲା ?

ଅନ୍ୟ ମାନଙ୍କ ସ୍ୱପ୍ନକୁ ସାକାର କରୁ କରୁ

ନିଜ ସ୍ଵପ୍ନକୁ ପଛକୁ ପକାଇ ଦେବା

କଣ ସତରେ ଭୁଲ୍ ଥିଲା ?


ନିଜର ଭୋକ କୁ ଲୁଚାଇ

କାହା ମୁହଁରେ ଆହାର

ଭରିଦେବାଟା 

ସତରେ କଣ ଭୁଲ୍ ଥିଲା ?


କିନ୍ତୁ 

ଏହି ସବୁ କାମରେ

ମିଳୁଥିଲା ପ୍ରଚଣ୍ଡ ଆତ୍ମ ସନ୍ତୋଷ ।

ଜୀବନରେ ହାରିବା ଜିତିବାର

ହିସାବ ନକରି

କେବଳ ପ୍ରୟାସ କରିବାଟା

କଣ ଭୁଲ୍ ଥିଲା ?

ଆଜି ଶରୀର ଅବଶ

ମନର ଗତିମଧ୍ୟ ଧିମା

ହେଲେ,

ଅପେକ୍ଷା କରିଛି 

ସେଇ ଶାଶ୍ଵତ ଆଉ ଚିରନ୍ତନ ସତ୍ୟକୁ

କେବେ ସେ ଆସିବ

ଆଉ ,

ଜୀବନର ଯବନିକା

ଟାଣି ଦେଇ ଯିବ ।


 


Rate this content
Log in

Similar oriya poem from Tragedy