STORYMIRROR

Sarojini Mishra

Inspirational

4  

Sarojini Mishra

Inspirational

ଏ ଜୀବନ ପାଣି ଫୋଟକା

ଏ ଜୀବନ ପାଣି ଫୋଟକା

2 mins
1


ସମୟ ନଦୀର ଧାରେ ଜୀବନ ଆତପ
କେତେ ଦିନ ଅବା ତା ଆୟୁଷ
ସେ କିବା ଜାଣଇ କେବେ ବନ୍ୟା ଆସି
କରି ଦେବ ତାକୁ ଧ୍ୱଂସ ।💥


ଜୀବନ ଆରମ୍ଭ ସିନା ଏନୁଡ଼ି ଶାଳରୁ
ଅଜଣା ସ୍ଥିତି ସ୍ୱରୂପ
ପାଣି ଫୋଟକାର ସମ ଏ ଜୀବନ ପରା
ଅଦେଖା ତା ଭୂମି ରୂପ ।💥


ମଣିଷ ଜୀବନ ପ୍ରଭୁ ଶ୍ରେଷ୍ଠ ସୃଷ୍ଟି
ନିଶ୍ୱାସେ ବିଶ୍ୱାସ କାହିଁ
ଏ ଜୀବନ ପରା ପାଣିର ଫୋଟକା
ବର୍ତ୍ତମାନେ ସ୍ଥିତ ସେହି ।💥


ଏନ୍ତୁଡ଼ିଶାଳ ରୁ ଶ୍ମଶାନ ପର୍ଯ୍ୟନ୍ତ
ପଥପ୍ରାନ୍ତ ଜଣାନାହିଁ
ମାୟା ମୋହେ ପଡ଼ି ପାପ ଅରଜିଲେ
କେହି ନ ନେବେ ରେ ଭାଇ ।💥


ସ୍ଥାୟୀ ଠିକଣାରେ ଅସ୍ଥାୟୀ ଆୟୂଷ
ଦିନ ବାର ଜଣାନାହିଁ
ଏଇ ଅଛି ପୁଣି ଜୀବନ ଚାଲିଛି
ଯବନିକା ଜଣା କାହିଁ !💥


ଜୀବନ ଜାଣିନି ତା ଶେଷ ଦିନାଙ୍କ
ଆୟୁ ତ ପାଣି ଫୋଟକା
ସ୍ଵଳ୍ପ ସମୟ ରେ ସୁଗଳ୍ପ ଲେଖିଲେ
ଜୀବନେ ନ ଥିବ ଶଙ୍କା ।💥


ଆଜିକୁ ସୁନ୍ଦର କରି ପାରିଲେ ରେ
କାଲି ବି ସୁନ୍ଦର ହେବ
କ୍ଷଣ ଭଙ୍ଗୁର ତାଙ ଜୀବନ ପଥରେ
ପୁଷ୍ପ ବୃଷ୍ଟି ନିଶ୍ଚେ ହେବ ।💥


ଯେତେ ଅରଜନ ଯେତେ ବା ସ୍ୱଜନ
କିଏ ବା ସଙ୍ଗତେ ଯିବ
କର୍ମ ନାବ ଧରି ପ୍ରଭୁଙ୍କୁ ସୁମରି
ଜୀବନ ତରୀ ଚାଲିବ ।💥


ଏ ଜୀବନ ଭାଇ ପାଣିର ଫୋଟକା
ଏଇ କ୍ଷଣେ ସ୍ଥିତ ରହ
ପ୍ରଭୁ ଦତ୍ତ ଗୁଣ ପ୍ରେମ ପ୍ରୀତି ବାଣ୍ଟି
ସନ୍ତୋଷ ସାଉଁଟୁ ଥାଅ ।💥


ଜୀବନ ଅଟଇ ପାଣିର ଫୋଟକା
ଦୟାର ଗଙ୍ଗା ବୁହାଅ
କ୍ଷମା ଗୁଣେ ମଣ୍ଡି ଏଇ ଜୀବନକୁ
ସାର୍ଥକ ଯେ କରିଦିଅ ।💥


ପାପାର୍ଜିତ ଧନ ସଙ୍ଗତେ ନଯିବ
ସତ୍ ଚେତନାକୁ ଜଗାଅ
ସତ୍ ଚିନ୍ତନେ ମନ ହୋଇ ବାଇମନ
ଜୀବନ ସଂଗୀତ ଗାଅ ।💥


ଦୁର୍ଲଭ ଜନମ କେବେ ଚାଲିଯିବ
ତିଥି ବାର କି କହିବ
ଏଇ କ୍ଷଣ ହେଲେ ସୁନ୍ଦର ମଧୁର
ଶାନ୍ତିର ସ୍ରୋତ ଛୁଟିବ ।💥


ମଣିଷ ଜୀବନ ଲକ୍ଷ୍ୟ ଅନୁପମ
କ୍ଷଣେ ରଚେ ଉପବନ
ସେ ଉପବନରେ ସତ୍ୟ ଓ ଧର୍ମ
ଶୁଭୁ ନିତି ଗୁଞ୍ଜରଣ ।💥


କ୍ଷଣ ଭଙ୍ଗୁରତା ଜୀବନ ପଥରେ
କ୍ଷଣକୁ ସଫଳ କର
ଏ ଜୀବନ ପରା ପାଣିର ଫୋଟକା
ନାହିଁ ତାର ସ୍ଥାୟୀ ଘର ।💥


ବର୍ତ୍ତମାନେ ସ୍ଥିତ ଜୀବନର ସତ୍ୟ
ଜୀବନ ପ୍ରେମର ଧାରା
ଏ ଜୀବନ ଦୀପେ ଆଲୋକ ବାଣ୍ଟିଲେ
ସନ୍ତୋଷ ଭରିବ ପରା ।💥


କର୍ମର ମର୍ମରେ ପ୍ରତ୍ୟାଶା ବାହାରେ
ସଂପର୍କର ଖିଅ ଯୋଡ଼ା
ଶାନ୍ତ ଚିତ୍ତବୃତ୍ତି ମଣିଷ ପ୍ରବୃତ୍ତି
ଜୀବନ ହୁଏ ସଜଡ଼ା I💥


କ୍ଷଣିକ ଛନ୍ଦରେ ମଣିଷ ପଣରେ
ହୃଦୟେ ପ୍ରୀତିର ଧାରା
ମଣିଷ ଜୀବନ ସାର୍ଥକ ହୋଇବ
ମାନିଲେ ପ୍ରଭୁ ଇସାରା ।💥


ମଣିଷ ଜୀବନ ପାଣି ଫୋଟକା ତ
ଏଇ ଅଛି ଏଇ ନାହିଁ
ଶବ ହେବା ଆଗୁ ଭବ ପାରି ପାଇଁ
ସୁକର୍ମ କରିବା ଭାଇ ।💥



Rate this content
Log in

Similar oriya poem from Inspirational