STORYMIRROR

ବି. ନିରୁପମା

Action Classics Others

3  

ବି. ନିରୁପମା

Action Classics Others

ନୀଳମଣି ନୀଳରତନ

ନୀଳମଣି ନୀଳରତନ

1 min
195


ଆସ ଆସ ପ୍ରିୟତମ

    ନୀଳମଣି ନୀଳରତନ

ଉଇଁଲେଣି ପୂର୍ଣ୍ଣ ଇନ୍ଦୁ

ଚ଼ଖାଇବି ପ୍ରୀତି-ମଧୁ

ପ୍ରେୟସୀ ପ୍ରାୟ ହେ ବନ୍ଧୁ

     ରଖିଛି ଯା' କରି ଯତନ

     ନୀଳମଣି ନୀଳରତନ ।


ତୁମେ ମୋ ପରାଣସଖା 

ଦିଅ ହେ ସଅଳ ଦେଖା

      କଥାଟି ଲହୁଣି ମଖା

      ଚିତ୍ତଚୋର ବଂଶୀରଖା

ଲଜ୍ଜା ତେଜି ମାଗେ ଭିକ୍ଷା

    ବାହୁ ଡୋରେ କର ବନ୍ଧନ

   ନୀଳମଣି ନୀଳରତନ ।


ତୁମେ ଅମୂଲ୍ୟ ସମ୍ପତ୍ତି

ତୁମେ ମୋ ଗତି ମୁକତି

       ତୁମବିନା ନାହିଁ ସ୍ଥିତି

        ଝୁରିହୁଏ ଦିନ ରାତି

ପ୍ରତୀକ୍ଷାର ହେଉ ଇତି

     ମିଳନରେ ମନମୋହନ

ନୀଳମଣି ନୀଳରତନ ।


Rate this content
Log in

Similar oriya poem from Action