STORYMIRROR

Ajit Kumar Raut

Action

4  

Ajit Kumar Raut

Action

ଖୁସି ଜନ୍ମଦିନେ 🇧🇴ଖୁସିର ଟିକା

ଖୁସି ଜନ୍ମଦିନେ 🇧🇴ଖୁସିର ଟିକା

1 min
304

ହୃଦୟେ ରହିଛି ଜନସେବା ମନ୍ତ୍ର


ମୋଦିଙ୍କର ଜନ୍ମଦିନେ,


ଜନ୍ମଦିନେ ତାଙ୍କ ଟିକ ଲାଗୁ ଅଛି


 ଆନନ୍ଦର  ଆଜି ଦିନେ।୧।


ଜନଙ୍କ ସୁରକ୍ଷା ସର୍ବୋପରି କର୍ମେ


ଟିକା ନେଉ ଛନ୍ତି ମନେ,


କର୍ତ୍ତବ୍ୟ ପଥରେ ଅଗ୍ରସର ଦେଶ


କଲେ ଇତିହାସ ଜନେ।୨।


ଭବିଷ୍ୟେ ନ ଆସୁ ଅଦୁର୍ଶ ରୋଗଟି


ତାହା ପାଇଁ ଆୟୋଜନ,


ଜନ୍ମଦିନେ ତାଙ୍କ ବନେ ଇତିହାସ 


ଟିକା ଲାଗେ ଘନଘନ।୩।


ଅଢେ଼ଇ କୋଟି ରୁ ବେଶି ହେବ ଟିକା


ମୋଦିଙ୍କର ଜନ୍ମଦିନେ,


ହେଇ ଉତ୍ସାହିତ ଟିକା ନେଉ ଛନ୍ତି


ସୁରକ୍ଷିତ ପାଇଁ ଜନେ।୪।


ନେତା ମୋଦି ପରି ନାହିଁ କେହୁ ଜଣେ


ପଟାନ୍ତର ନାହିଁ ତାଙ୍କ,


ଜନତା ବିକାଶେ ଜନ୍ମଟି ତାଙ୍କର


ଜନହୀତେ କାର୍ଯ୍ୟ ତାଙ୍କ।୫।


ଜନ୍ମଦିନେ ତାଙ୍କ ଇତିହାସ ହୁଏ


ସୁରକ୍ଷିତ ଜନଜନେ,


ଜନତାଙ୍କ ପାଇଁ ଦିନରାତି କାର୍ଯ୍ୟ


ବିଶ୍ରାମ ନାହିଁ ଟି ଦିନେ।୬।


ବିକାଶ ପୁରୁଷ ଧର୍ମପଥ ତାଙ୍କ


ଚିହ୍ନୁ ଛନ୍ତି ଜନଜନ,


ରାମରାଜ୍ୟ ପରି ଶାସନ ତାଙ୍କର


ମହୁ ଛନ୍ତି ପ୍ରତିଦିନ।୭।


ସବୁ ଶକ୍ତି ମିଳୁ ଜନ୍ମଦିନେ ତାଙ୍କ


ଜନଜନ ଆଶିର୍ବାଦ,


ବିଶ୍ବ ଗୁରୁ ଶକ୍ତି ଦେଶକୁ ଆଣିବେ


ବୃଦ୍ଧଙ୍କର ଆଶିର୍ବାଦ।୮।


ବାଳକ ଗହଳେ ମୋଦି ହି ଆଦର୍ଶ


ଗୁଞ୍ଜୁ ଅଛି ରାଷ୍ଟ୍ର ମଧ୍ୟେ,


ପିତାମାତା ଇଚ୍ଛା ମୋଦି ପରି କାର୍ଯ୍ୟ


କର ଆମ ଦେଶ ମଧ୍ୟେ।୯।


ହୃଦୟେ ରହିଛି ଜନସେବା ମନ୍ତ୍ର


ମୋଦିଙ୍କର ଜନ୍ମଦିନେ,


ଜନ୍ମଦିନେ ତାଙ୍କ ଟିକା ଲାଗୁ ଅଛି


ଆନ୍ଦଦର ଆଜି ଦିନେ।୧୦। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action