STORYMIRROR

Krushna Chandra Lenka

Romance Action Classics

4  

Krushna Chandra Lenka

Romance Action Classics

ମିଳନ ପଥ

ମିଳନ ପଥ

1 min
473

ତୁମ ଗାଆଁ ନଈ ଯାଏ ସିନା ବହି

  କୁଳୁକୁଳୁ ଗୀତ ଗାଇ,

ମୋ ଗାଆଁ ପୋଖରୀ ଚିତ୍ତ ଦିଏ ଭରି

   କାଚକେନ୍ଦୁ ଜଳେ ଥାଇ।


ତୁମ ନଦୀ ସ୍ରୋତେ ଭାସିଯାଏ କେତେ

  ରହେ ନାହିଁ ଏଠି ତିଳେ,

ପଦ୍ମ ସାଥେ କଇଁ ଶୋଭା ପାଏ ଯହିଁ

  ମୋ' ଗାଁ' ପୁଷ୍କରିଣୀ ଜଳେ।


ତୁମ ନଦୀ ତୀରେ ପୂବେଇ ସମୀରେ

  ତୁମେ ସିନା ହୁଅ ତୋଷ,

ମୋର ଗାଆଁ ଜନେ ଦକ୍ଷିଣା ପବନେ

  କରିଥା'ନ୍ତି ନିତି ବାସ।


ତୁମ ନଈ ପଠା ତୁମ ପାଇଁ ସିନା

  ଦିବସେ ଦିଅଇ ଭେଟି,

ମୋ ଗାଆଁ ଚାନ୍ଦିନୀ ଦିବସେ ରଜନୀ

   ସୁଖେ ଦୁଃଖେ ଥାଏ ଏଠି।


ତୁମ ନଈ ବଢି କେତେ କ୍ଷେତେ ମାଡି

  ଯୋଗାଏ ଉର୍ବର ମାଟି,

ମୋର ଗାଆଁ ନାଳ ଚଷାର ସେ ବଳ

  ଫଳେ ସୁନା ତା'ପାଇଁଟି।


ଶରତ ଋତୁରେ ତୁମ ନଦୀ ଧାରେ

  ବାଲୁକା ହୁଅଇ ପୂଜା,

ମୋ ଗାଆଁ ଗୋଚରେ ଶରତ ସମୀରେ

    ଉଡେ କାଶତଣ୍ଡି ଧ୍ବଜା।


ତୋ ଗାଆଁ କୁଆଁରୀ ଖେଳେ ନିଶି ଭରି

  କୁଆଁର ପୁନେଇଁ ତିଥେ,

ସେ ଶରତ କାଳେ କୁଆଁରୀଙ୍କ ମେଳେ

  ମୋ ଗାଆଁ ରଜନୀ ବିତେ।


ପଉଷ ଶିଶିରେ ତୁମ ଗାଆଁପୁରେ

  ସୋରିଷ ଫୁଲଟି ହସେ,

ଏଠି ଦୁବଘାସେ ରବି କର ହସେ

  ସୁନେଲି ସୁନେଲି ବେଶେ।


ତୁମ ପିକ ସୁର ଯେମନ୍ତ ମଧୁର

  ତୁମ ଗାଆଁ ପ୍ରାତଃ କାଳେ,

କେତେ କେତେ କାକ ଦିଅନ୍ତି ଯେ ଡାକ

  ପ୍ରଭାତେ ମୋ'ଗାଆଁ କୋଳେ।


ମଳୟ ପବନ ଜିଣିଥାଏ ମନ

  ତୋ'ଗାଆଁ ବସନ୍ତ କାଳେ,

ମୋର ଗାଆଁ ନର ଉତ୍ସବ ମୁଖର

  ହ୍ୱନ୍ତି ଦୋଳ ଯାତ ବେଳେ।


ତୋର ଗାଆଁପୁର ଯେମନ୍ତ ସୁନ୍ଦର

  ତୋ'ପାଇଁ ଏମାଟି କୋଳେ,

ମୋର ଗାଆଁପୁର ମୋ ପାଇଁ ଯେ ବର

  ତା ସମ କେ' ନାହିଁ ତିଳେ ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance