STORYMIRROR

Sumitra mishra

Action

4  

Sumitra mishra

Action

ମାଆ

ମାଆ

1 min
260


ପୃଥିବୀଠାରୁ ତୁ      ଅଟଇ ମହାନ

    ମାଆ ରୂପେ ଜଗତମାତା,

ତୋହରି ଜଠରୁ   ଜନମି ମୁହିଁ ଯେ

    ହୋଇଛି ଏବେ ମୁଁ ମାତା ।


ଗରଭଧାରିଣୀ ମାଆ   ଲୋ ତତେ ମୁଁ

     କରୁଛି କୋଟି ପ୍ରଣାମ,

ତୋର ଆଶିର୍ବାଦେ   ଅଛି ମୁଁ ଭଲରେ

     ପ୍ରଣାମ ଘେନିବୁ ମମ ।


ଦୟା ଧର୍ମ ଆଉ    ସଂସ୍କାର ଶିଖେଇ 

      ଗଢିଛୁ ଜୀବନ ମୋର,

କ୍ଷମା ଧୈର୍ଯ୍ୟ ଆଉ   ଦାନ ଧର୍ମ ସବୁ

      ଅଟଇ ଗୁଣ ତୋହର ।


ଜୀବନକୁ ପାଣି    ଛଡେଇ ତୋହର

      ଜନମ ଦେଇଛୁ ମତେ,

ତୋ ଋଣ ସୁଝିବା   ‌ ନୁହଁଇ ସହଜ

     ଜନମ ନେବି ମୁଁ ଯେତେ ।


ରକ୍ତବିନ୍ଦୁ ତୋର  ମୋ ଦେହରେ ଖଞ୍ଜା

     ବିଦ୍ୟା ବୁଦ୍ଧି ଜ୍ଞାନ ରୂପେ,

ତୋର ସଂସ୍କାରରେ   ରହିବି ମଣ୍ଡିତା 

     ଥିବା ଯାଏଁ ଏଇ ଭବେ ।


ତୁହି ଅଟୁ ମୋର    ପ୍ରଥମ ଗୁରୁ ଲୋ

     ମୋ ପାଇଁ ତୁ ମହାଜ୍ଞାନୀ,

ଭଲମନ୍ଦ ତୁହି     ଯାହା ତ କହିବୁ

     ମଥାପାତି ନେବି ମାନି ।


ତୋ ସ୍ନେହ ମମତା   ଅମୂଲମୂଲ ଯେ

     ମୋ ପାଇଁ ଅଟେ ମହାନ,

ତୋ ପରିକା ସ୍ନେହ   ପାଇବି କେଉଁଠୁ

    ତୋ ପାଖରେ ମୋର ମନ ।


ଝରୁଥାଉ ସଦା    ଆଶୀର୍ବାଦ ତୋର 

     ମୋର ମସ୍ତକ ଉପରେ ,

ସବୁ ଦୁଃଖ ମୋର   କହି ମୁଁ ପାରଇ

    ଅନାୟାସେ ତୋ ପାଖରେ ।


ସୁସ୍ଥ ନିରାମୟ    ଜୀବନ ତୋହର 

      କାମନା କରୁଛି ମୁହିଁ ,

ଭଲରେ ବିତୁ ତୋ    ବାକିତକ ଦିନ 

      ଏତିକି କରିବ ବିହି ।


Rate this content
Log in

Similar oriya poem from Action