Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Action

3.8  

Bijay Prusty

Action

ଆମସହ ଆଉ ଖେଳନି

ଆମସହ ଆଉ ଖେଳନି

1 min
185



ସୁଧୁରିବା ପାଇଁ ଦେଉଛୁ ଚରମପତ୍ର

ନେତା ଅଭିନେତା ଯିଏ ବା ତୁମେହୁଅ

ତୁମ ପାପଭାରେ ଉବୁଟୁବୁ ଧରାବକ୍ଷ

ଯେତେ ଶିଘ୍ରପାର ନିଜକୁ ସୁଧାରି ନିଅ I


ବହୁ ଦେଖିଲୁଣି ତୁମର ଏ ଯାଦୁଖେଳ

କଅଁଳ କଥାରେ ମୋହିନେଇ ଆମ ମନ

ଆମ ରକ୍ତ ମାଂସ ଝୁଣିଝୁଣି ଖାଅ ନିତି

ତୁମ ଅତ୍ୟାଚାରେ ହେଲୁଣି ଅଧାପ୍ରାଣ I


ସହିବାକୁ ଆଉ ଧର୍ଯ୍ୟନାହିଁ ଆମ ପାଖେ

ତୁମ ଲୀଳା ଖେଳା ସବୁ ସାରିଲୁଣି ଦେଖି

ଏଥର ତୁମର ଖେଳ ଦେଖିବାର ପାଳି

ସେଥିପାଇଁ ଦେଖ ଅସ୍ତ୍ର ସଜାଡୁ ବସି I


ଏତେଦିନ କାଲି କରିଗଲ ତୁମ ଖେଳ

ଏବେ ସବୁ ଖେଳ ସରିଗଲା ବୋଲି ଜାଣ

ମାଡି ଆସିଲାଣି ତୁମପାଇଁ ମହାକାଳ

ଚିନ୍ତ କେଉଁପରି ବଞ୍ଚାଇବ ତୁମ ପ୍ରାଣ I


ଅଉ ଛାଡିବୁନି ତୁମକୁ ଅକ୍ଷତ କରି

ଶୃଙ୍ଖଳ ଆମର ପାଦରୁ ଦେଉଛୁ ଖୋଲି

ଜୀବନେ ତୁମର ମୋହ ଯଦି ଟିକେ ଅଛି

ବନ୍ଦକରି ଖେଳ ଆମ ଆଗୁ ଯାଅ ଚାଲି I

         


Rate this content
Log in

Similar oriya poem from Action