ମୋ ଭାଷା ମୋ ପାଇଁ ସର୍ବୋପରି
ମୋ ଭାଷା ମୋ ପାଇଁ ସର୍ବୋପରି
ଗର୍ବ ଲାଗେ ମତେ ମାତୃଭାଷା ଟି ମୋ
ଅଙ୍ଗେ ଅଙ୍ଗେ ବିରାଜିତ,
ସର୍ବାଙ୍ଗେ ବଳିଛି ଓଡ଼ିଆ ଭାଷା ମୋ
କରେ ହିଁ ଗୌରବାନ୍ନିତ ।
ଚେଷ୍ଟାରତ ମୁହିଁ ଦିନରାତି ତହିଁ
ଭାଷାର ହେଉ ବିକାଶ,
ପବିତ୍ର ଭୂମି ମୋ ବିଚ୍ଛନ୍ନାଚଳରେ
ମିଳୁ ଜ୍ଞାନର ସଂଦେଶ ।
ପିତୃମାତୃ ଯହିଁ ଓଡ଼ିଆ ଭାଷୀ ମୋ
ଓଡ଼ିଆ କଳେ ଶୋଇଛି,
ଓଡ଼ିଆ ମାଁ ର ପିଇ ଅଛି କ୍ଷୀର
ଓଡିଆ ଜନ୍ମୁ ଶିଖିଛି ।
କି ପରି ଭୁଲିବି ମାତୃଶକ୍ତିକୁ ମୁଁ
ଭାଷା ବଳି ଅଛି ଅଙ୍ଗେ,
କି ପରି ଭୁଲିବି ଜଗନ୍ନାଥଙ୍କୁ ମୁଁ
ଓଡ଼ିଆ ଭୂମିର ସଙ୍ଗେ ।
ଭାଷା ଭୁଲି ଗଲେ ନାହିହିଁ ଅସ୍ତିତ୍ୱ
ନାହିଁ ଟି ମାନ ସମ୍ମାନ,
ଭାଷାରେ ଜଡ଼ିତ ରହି ଅଛି ସବୁ
ଉନ୍ନତିର ମନ୍ତ୍ର ଜ୍ଞାନ ।
ଉଚ୍ଚ ହେବା ପାଇଁ ଯଦି ମନେ ଇଚ୍ଛା
କର ଉଚ୍ଚ ମାତୃଭାଷା,
ଉଚ୍ଚ ହିଁ କରିଲେ ନିଜ ମାତୃଭାଷା
ପୁରା ହେବ ଅଭିଳାଷା ।
ଜଗନ୍ନାଥ ଭକ୍ତି ମନରେ ରଖିଣ
ଭାଷାକୁ ଆଗ କରିବା,
ଆସୁ ପଛେ ଯେତେ ଝଡ଼ଝଞ୍ଜା ଏଠି
ଭାଷାକୁ ମନେ ରଖିବା ।
ପଥବଣା ଜନେ ପଥକୁ ଆଣିବା
ଭାଷାର ଧୂଳି ବଳିବା,
ସଙ୍ଗଠିତ କରି ଭାଷା ପ୍ରେମୀ ଜନେ
ନୂତନ କଥା ଲେଖିବା ।
ହସି ଉଠିବଟି ବିଚ୍ଛନ୍ନାଚଳଟି
ସୁବିଧାରେ ପରିପୂର୍ଣ୍ଣ,
ଆବଶ୍ୟକ ସବୁ ପୂରଣ ଟି ହେବ
ସବୁ ହେବଟି ସମ୍ପୂର୍ଣ୍ଣ ।
ଗର୍ବ ଲାଗେ ମତେ ମାତୃଭାଷା ଟି ମୋ
ଅଙ୍ଗେ ଅଙ୍ଗେ ବିରାଜିତ,
ସର୍ବାଙ୍ଗେ ବଳିଛି ଓଡ଼ିଆ ଭାଷା ମୋ
କରେ ହିଁ ଗୌରବାନ୍ନିତ ।