STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Tragedy Action

ଆଜିର ଦିନ କାଲିକୁ ନ ଥିବ

ଆଜିର ଦିନ କାଲିକୁ ନ ଥିବ

1 min
160


ବହିଗଲା ପାଣି ପବନ ପରି 

ବିତିଯାଏ କେତେ ଦିନରାତି, 

ଥରେ ଚାଲିଗଲେ ଆସେନା ଫେରି 

ରହିଥାଏ ଖାଲି ତାର ସ୍ମୃତି। 


ଏ ଦୁନିଆଁରେ କିଛି ନୁହେଁ ସ୍ଥାୟୀ 

ସମୟ ଅନୁଯାୟୀ ଯାଏ ଚାଲି,

ଆଜି ଅଛି ଯିଏ ସଜ ଫୁଲ ପରି 

ମଉଳି ଝଡି ପଡିବ କାଲି। 


ଧନ ଯୌବନ କ୍ଷମତା ବାହୁ ବଳ 

ଦେଖାଇ କରେ ଯାହା ଅକ୍ତିଆର, 

ଅଢେଇ ଦିନରେ ଉଭେଇ ଯାଏ 

ରହେନା ତାର ଆଉ ଆଦର।


ପଦ ପଦବୀ କ୍ଷମତା ପ୍ରଦର୍ଶନ 

ଚାଲିଯାଏ ନେଲେ ଅବସର, 

ଗର୍ବ ଅହଙ୍କାର ବଡଲୋକି ଭାବ 

ଏ ଦୁନିଆଁରେ ନିମିତ୍ତ ମାତର। 


ଏ ସବୁ ଅସ୍ଥାୟୀ ପାଣିର ଗାର 

ଏଇ ଅଛି ଆଉ ନଥିବ ଦଣ୍ଡେ ପହର, 

ସମୟର ଏ ଚକା ଭଉଁରୀ ଖେଳ 

ଆୟତ୍ତ ନ ଥାଏ ଏଠି କାହାର। 


ଦଇବ ବିଚାର ଯା' ପାଇଁ କରିଛି ଯାହା 

ତା' ବିନା ହୁଏନା ଅନ୍ୟଥା, 

ଭାବି ବସିଲେ ଲାଗେ ଅସାର 

ମନରେ ଲାଗେ ମରମ ବ୍ୟଥା। 


ଏ ମିଛ ମାୟାର କ୍ଷଣିକ ସଂସାର 

ଜାବୁଡି ଧରିଲେ ହୁଏନା ରଖି, 

ଚାଲି ଯାଏ ତାର ବାଟ ବାଛି 

ଅଟକି ଯାଏନା କାହାକୁ ଦେଖି। 


ମଣିଷ ଭିତରେ ଏ କଥା 

କିଏ ଅବା ନ ଜାଣିଛି ?

ତଥାପି କାହିଁକି ଏତେ ଅଝଟପଣ

ନିଜକୁ ନିଜେ କି ବୁଝାଇ ପାରୁଛି ?


ମିଛ ମିଛ କହି ମିଛରେ ଫସୁଛି 

କପଟେ ହସି ଆଖି ଲୁହ ପିଉଛି, 

କଥାରେ କହୁଛି ଯାହା 

କାମରେ ତାହା କରି କି ପାରୁଛି ?


ସରିଯିବା ଯାଏଁ ତାର ଆୟୁଷ 

ସଂସାର ବିଷକୁ ଭାବୁଛି ପିୟୁଷ,

ସତ୍ୟ ଉପରେ ରହୁ ନାହିଁ ବିଶ୍ଵାସ 

ମିଛକୁ ଆବୋରି କରେ ତା' ସର୍ବନାଶ। 


ଆଜିର ଏ ଦିନ କାଲିକୁ ନ ଥିବ 

କର୍ପୂର ନ ଥିବ କନା ପଡିଥିବ, 

ଜୀବନ ଯାକର ସାଉଁଟା ଧନ ରତନ 

ଜୀବ ଗଲାବେଳେ କି ବୋହି କି ନେବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy