STORYMIRROR

Sumitra mishra

Action

4  

Sumitra mishra

Action

ଆଜି ମୁଁ ଅଲୋଡ଼ା

ଆଜି ମୁଁ ଅଲୋଡ଼ା

1 min
124


ଭାରାକ୍ରାନ୍ତ ମନ ଅବଶ ଶରୀର

ମୁଣ୍ଡରେ ପାଚିଲା ବାଳ,

ବିନା ସାହାରାରେ ପାଦେ ଚାଲିବାକୁ

ପାଦରେ ନାହିଁ ମୋ ବଳ ।।


ଲୋଚାକୋଚା ଚର୍ମ ଦୃଷ୍ଟିଶକ୍ତି କ୍ଷୀଣ

ବାତପିତ୍ତକଫ ମାଳ,

ଦଦରା କତରା ଏକା ସାଥୀ ମୋର

ନିଃସଙ୍ଗରେ କଟେ କାଳ ।।


ଅଲୋଡ଼ା ଅଖୋଜା ଚିଜଟିଏ ପରି

ପଡ଼ିଛି ଘରର କୋଣେ,

ପ୍ରତି କାର୍ଯ୍ୟ ପାଇଁ ଲୋଡଇ ଅନ୍ୟକୁ

କି ଲାଭ ଥାଇ ଜୀବନେ ।।


ବଳ ରୋଜଗାର ଥିଲା ଯେବେ ମୋର

କେତେ ଯେ ଆଦର ଥିଲା,

ସବୁ କାମ ପାଇଁ ଆଗ ଖୋଜା ପଡେ

ମୁଁ କାଳେ କଲାବାଲା ।।


କଥାପଦେ ମୋର ମୁଖରୁ ଆସିଲେ

ବେକାରେ ବକୁଛି ବୁଢ଼ା,

କୁଟା ଖଣ୍ଡକୁ ତ ଦିଖଣ୍ଡ କରୁନି

ଖଟେ ବସି ମାରେ ଆଡା ।।


ଅବଶ ଶରୀରେ ଖେଞ୍ଚା କଥାଗୁଡା

ମନେ ଦିଏ କେତେ ବ୍ୟଥା,

ଲୋଡା ନାହିଁ ଆଉ ଏ ପୋଡ଼ା ଜୀବନ

ସରିଛି ହାଟ ସଉଦା ।।


ଅଭିଜ୍ଞତା ଭରା ହୃଦୟଟି ମୋର

ପ୍ରଚାରନ୍ତି କିଛି ଜ୍ଞାନ,

ମୋର ଅନ୍ତପରେ ହୃଦରେ ସ୍ମରନ୍ତେ

ଭାବୁଛି ଏମିତି ମନ ।।


ଆଜି ଯିଏ ଭେଣ୍ଡା କାଲି ହେବ ଲଣ୍ଡା

ଏ କଥାକୁ ଭୁଲ ନାହିଁ,

ପିତାମାତା ଅଟନ୍ତି ଚଳନ୍ତି ଦେବତା

ଅବହେଳା କରନାହିଁ ।।


          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action